ଗଁଦିଆରେ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 81ଟି ଅଭିଯୋଗ ଫଏସଲା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଭାଗୃହ ଠାରେ ଆଜି ଗଁଦିଆ ବ୍ଲକ ସ୍ତରୀୟ ଜିଲ୍ଲା ପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ 81ଟି ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ 65ଟି  ଅଭିଯୋଗର ଫଏସଲା ହୋଇଥିଲା। ଅଭିଯୋଗ ହୋଇଥିବା 81ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ 70ଟି ମାମଲା, ଗାଁ ସମୁହ ଅଭିଯୋଗ ୫ଟି ଓ 6ଟି ରେଡ୍ କ୍ରସ ମାମଲାରେ  ମୂଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ 40ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଆରକ୍ଷୀ ଅଧିକ୍ଷୀକା ଞାନ ରଞ୍ଜନ ମହାପାତ୍ର ,CDO ତନ୍ମୟ କୁମାର ଦରୱ।ନ, ଉପଜିଲ୍ଲାପାଳ ସ୍ନିଗ୍ଧା ରାତି ଦଳ, ସିଡିଏମଓ ଅଶୋକ ଦାସ, ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗଁଦିଆ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ତହସିଲଦାର ଅନୀଲ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.