ନନ୍ଦନକାନନରେ ୧୦ ମାସର ଅଣ୍ଡିରା ଶାବକ ମୃତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ)ନନ୍ଦନକାନନ ଧଳା ବାଘୁଣୀ ବିଜୟାର ଏକ ୧୦ ମାସର ଅଣ୍ଡିରା ଶାବକର ମୃତ । ଗତ ୧୦ଦିନ ହେଲା ବାଘ ସଫାରୀରେ ମା’ ସହିତ ତିନି ସାବକଙ୍କୁ ଛଡା ଯାଇଥିଲା । ଗତ ୩ ଦିନ ହେଲା , ଦୁଇ ସାବକ ଓ ମା’ ଫିଡିଂ ଚାମ୍ବର କୁ ଆସୁଥିଲେ । ତୃତୀୟ ସାବକ ଫେରି ନଥିଲା । ଆଜି ଜଣା ପଡିଲା ତୃତୀୟ ସାବକର ମୃତ୍ୟୁ ହୋଇଛି । ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇ ଥିଲା । ଏବେ ବିଜୟା ଛୁଆମାନଙ୍କୁ ପ୍ରାୟ ୧୦ ମାସ ହୋଇଛି । ରକି ,ବଂଶୀ ଓ ରାକେଶ ନାମକରଣ କରାଯାଇଥିଲା।

Leave a Reply

Your email address will not be published.