ଗୋରୁ ଛାଡିବାକୁ କେଦ୍ର ଦୁଇ ପରିବାର ଭିତରେ ଗଣ୍ଡଗୋଳ, ୧୪ବୟସ ଝିଅ ଆହତ

ବାଲିଆପାଳ: ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ପଞ୍ଚାୟତରେ ବଡାଶ ଗ୍ରାମର ଗୋରୁ ଛାଡିବାକୁ କେଦ୍ର ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଛି । ଏହାର ପରିଣାମ ସ୍ବରୂପ ଏକ ୧୪ ବର୍ଷର ଝିଅଟି ଏହି ଗଣ୍ଡଗୋଳରେ ଆହତ ହୋଇଛି । ସେହି ୧୪ ବର୍ଷ ଝିଅର କହିବା ଅନୁଯାୟୀ ତାଙ୍କ ଗାଈ ସେହି ଗ୍ରାମର ଟୁକୁନା ସାହୁ ନାମଙ୍କ ଜଣେ ବ୍ୟକ୍ତି ଘରକୁ ଚାଲିଯାଇ କୁଣ୍ଡା ହାଣ୍ଡି ଖାଇ ଦେବାରୁ କଳିର ସୂତ୍ରପାତ ଆରମ୍ଭ ହୋଇଥିଲା ।

ଏହାପରେ ଟୁକୁନା ସହ ଉକ୍ତ ପରିବାରର ଅଳ୍ପ ଝଗଡା ପରେ, ସେହି ଗ୍ରାମର ମହେଶ୍ୱର ପାତ୍ର ପିତା ମୂରଲୀ ପାତ୍ର ଗାଈ ଘଟଣାକୁ କେନ୍ଦ୍ର କରି ଉକ୍ତ ପରିବାର ସହ ଝଗଡା କରିଥିଲେ । ପରମୂହୁର୍ତ୍ତରେ ଏହି ୧୪ ବର୍ଷର ଝିଅଟି ଦୁଇ ବାପା ପୁଅର ଝଗଡାକୁ ପ୍ରତିବାଦ କରିବାରୁ ଉଭଏ ମିଶି ଝିଅ ଏବଂ ତା ପରିବାରକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସେହି ୧୪ ବର୍ଷର ଝିଅଟିକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published.