ପୁରୀରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟାଉନଥାନା ଅଞ୍ଚଳରେ ଲଜ୍ୟା ଜନକ ଘଟଣା । ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ନିଶାସକ୍ତ  ଅବସ୍ଥାରେ ଘରର ଛାତ ଉପରେ ଦୁଷ୍କର୍ମ ହୋଇଛି । ଘଟଣା ଜଣାପଡିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ରବିବାର ଦିନ ୧୧ଟ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ପିଡିତା ନାବାଳିକା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରଥମେ ପୁରୀ ସଦର ହସପିଟାଲ ଓ ପରେ କଟକ ଏସସିବି ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଅଧିକ ଚିକିତ୍ସା ପାଇଁ ।

ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଗଠନ ହୋଇଛି ଚାରୋଟି ଟିମ । ଟାଉନଥାନା ଆଇଆଇସି, କୁମ୍ଭାରପଡା ଆଇଆଇସି, ବାସେଳିସାହୀ ଆଇଆଇସି, ବଳିଆପଣ୍ଡା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଚାରୋଟି ଟିମ୍ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ ଶୀଘ୍ର ଅଭିଯୁକ୍ତ କୁ ପୋଲିସ ଧରିବ ବୋଲି ଏସ୍ପି କେ. ବିଶାଳ ସିଂ କହିଛନ୍ତି । ଅନ୍ୟପଟେ ଜଣେ ଛୋଟ ପିଲା ସହିତ ଏଭଳି ଅମାନବୀୟ କାର୍ଯ୍ୟ କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଦୁଷ୍କର୍ମ ଅଭିଯୁକ୍ତ କୁ ପୋଲିସ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି।

Leave a Reply

Your email address will not be published.