ଖଣ୍ଡବନ୍ଧ ଗ୍ରାମର ୫୦ ବର୍ଷର ବ୍ୟକ୍ତି ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ‌ସାନଭାଇ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ସୁଚନା ଥାଉକି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ନିହଲପ୍ରସାଦ୍ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତର କାଲୁଣିଗୋଡା ଗ୍ରାମର ଅଇଁଠୁ ରାଉତ । ବୟସ ୫୦ ବର୍ଷ । ସେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପରେ ୧୬ ତାରିଖ ବୁଧବାର ସନ୍ଧ୍ୟାରେ କୁଆଡେ ଚାଲିଯାଇଛନ୍ତି । ସେ ଜଣେ ଶାରିରୀକ ଭିନ୍ନକ୍ଷମ ମୁକ ଓ ବଧିର ବ୍ୟକ୍ତି । ସେ ଯିବା ସମୟରେ ସାଙ୍ଗରେ ଏକ ପୁରୁଣା ସାଇକେଲ ଓ କିଛି ଜରିବ୍ୟାଗ୍ ନେଇ କେଉଁ ଆଡେ ଚାଲିଯାଇଛନ୍ତି । ତାଙ୍କ ପରିବାର ସଦସ୍ୟ ବହୁ ଖୋଜାଖୋଜି ପରେ ନିରାଶ ହୋଇ ଗଣମାଧ୍ୟମର ଦ୍ୱାରସ୍ତ ହୋଇଛନ୍ତି । ଯଦି କୈାଣସି ସହୃଦୟ ବ୍ୟକ୍ତି ଭିନ୍ନକ୍ଷମ ଅଇଁଠୁକୁ ଦେଖନ୍ତି ଏହି ଠିକଣାରେ ୯୪୩୮୫୫୯୨୯୫,୯୮୯୧୨୮୦୩୬୦ ଯୋଗାଯୋଗ ସହିତ ନିହଲପ୍ରସାଦ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ

Leave a Reply

Your email address will not be published.