ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭଇର ପୁର ଖେଳ ପଡିଆ ଠାରେହୋଇଛି। ଶିବିରରେ ଶିଶୁ ବିଶେଷଜ୍ଞ,ଭେଷଜ ବିଶେଷଜ୍ଞ, ଅସ୍ଥି ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ,ଚକ୍ଷୁ ଡାକ୍ତର ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଏହି ଶିବିରକୁ ସ୍ଥାନୀୟ ବିଧାୟକ ଉଦ୍ଘାଟନ କରିଥିଲେ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଙ୍କ ପକ୍ଷରୁ ସାଧାରଣ ଓ ଅବହେଳିତ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ର ସର୍ବବିଧ ସମାଧାନ ପାଇଁ ଆରମ୍ଭ ହୋଇଥିବା ଏହି କଲ୍ୟାଣ କାରୀ ଯୋଜନାରେ ବହୁ ଲୋକ ଉପକୃତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସ୍ତରରେ କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରି ପୀଡ଼ିତ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାରେ ଆଖ ପାଖ ପଞ୍ଚାୟତ ରୁ ବହୁ ପୁରୁଷ ଓ ମହିଳା ଅଭିଜ୍ଞ ଡାକ୍ତରଙ୍କ ଠାରୁ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ନେଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ଅନ୍ୟ ମାନଙ୍କ ମଧ୍ୟରେ ସାଲେପୁର ବ୍ଲକ୍ ଅଧକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ,ବିଡ଼ିଓ,ତହସିଲଦାର ଙ୍କ ସମେତ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ ପ୍ରଧାନ, ସ୍ୱାସ୍ଥ୍ୟ କର୍ମୀ,ଆଶା ଏବଂ ଅଙ୍ଗୱାଡ଼ି କର୍ମୀ ଉପସ୍ଥିତ ରହି ସଯୋଗ କରିଥିଲେ।

Leave a Reply

Your email address will not be published.