ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ହୋଲି ପଡ଼ିଆ ଠାରେ ଅଖିଳ ଭାରତୀୟ ଶ୍ରୀ ଶ୍ରୀ ଅଭିରାମ ପରିବାର ଓ ଭୂମିକା ହସ୍ପିଟାଲର ମିଳିତ ସହଯୋଗରେ ମୋତିଆବିନ୍ଦୁ ଚିହ୍ନଟ ଓ ଅପରେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିବ ଅସହାୟମାନଙ୍କୁ ଏହି ଶିବିର ମାଧ୍ୟମରେ ଚିକିତ୍ସା କରାଯିବା ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପ୍ରକାଶ କରିଛି । ରୋଗୀମାନଙ୍କ ଯିବା ଆସିବା, ରହିବା, ଖାଇବା, ଅପରେସନ ଓ ଅପରେସନ ପରେ ଔଷଧ ମାଗଣାରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଉକ୍ତ ଶିବିରରେ ୨୦୦ ଶହରୁ ଉର୍ଦ୍ଧ୍ଵ ବୟଷ୍କ ବ୍ୟକ୍ତି ଓ ମହିଳା ଓ ଯୁବକଙ୍କ ନାମ ପଞ୍ଜିକୃତ ହୋଇଥିଲା ।

ଏହି ଶିବିରରେ ଆନୁଷ୍ଠାନିକ ଭାବେ ସୋଶାଲ କମିଟି ଅର୍ଗାନାଇଜର ଡା. ରବିନ୍ଦ୍ର ଜେନା, ଅର୍ଥପେଡି ଓପିଟିଏମ ଏସପି କର ଯୋଗ ଦେଇଥିବା ବେଳେ ପାରାମେଡିକାଲର ସିନିୟର ବିଜୟାରାଣୀ କର, ଦିପ୍ତୀମୟୀ ଦାସ, ମଧୁସ୍ମୀତା ସେନାପତି, କର୍ମଳା ମଠର ବାବା ଧର୍ମାନନ୍ଦ ଦାସ ମହାରାଜ ଓ ଆଶା କର୍ମୀ ବିଣାପାଣୀ ପରିଡା ଯୋଗଦେଇ ରୋଗୀମାନଙ୍କୁ ପରୀକ୍ଷାରେ ସାହାଯ୍ୟ କରିଥିଲେ । ଅଭିରାମ ସେବା ସଂଘର କର୍ମକର୍ତ୍ତା, ଯାଜପୁରରୁ ଆଦିତ୍ୟ ଦାସ, ବଳରାମ ପରିଡା, ଅମରଜିତ ଗିରି, ଅଖିଳ କୁମାର ବେହେରା, ଜୀବନ କର, ସୁଶାନ୍ତ ମଲ୍ଲିକ, ତପୁ ପରିଡା, କିଶୋର କୁମାର ପରିଡା, ସୁଶାନ୍ତ ମହାପାତ୍ର, ତପୁ ପରିଡା, ଜୀବନ କୁମାର ବର, ରତ୍ନାକର ବର, ରବିନ୍ଦ୍ର କୁମାର ସିଂହ ଓ ସୃଷ୍ଟିଧର ଦେ ପ୍ରମୁଖ ଯୋଗ ଦେଇ ତଦାରଖ କରିଥିଲେ । ଶେଷରେ ଆସିଥିବା ରୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ବହୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.