ବିକାଶ ଫାଉଣ୍ଡେସନ ସହାୟତରେ ମଠତେନ୍ତୁଳିଆ ପଂଚାୟତରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ଫାଉଣ୍ଡେସନର ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଗାଡି , ଆଇ.ଏମ.ଏସ ତଥା ସମ୍ ହସପିଟାଲ ଆନୁକୁଲ୍ୟରେ ସାଧାରଣ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।
ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିକାଶ” ଫାଉଣ୍ଡେସନ, ଆଇ.ଏମ୍.ଏସ. ତଥା ସମ ହସ୍ପିଟାଲ ଆନୁକୁଲ୍ୟରେ ଏକ ବୃହତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର କୁ ମଠତେନ୍ତୁଳିଆ ପଂଚାୟତର ଜନପ୍ରିୟ ସରପଞ୍ଚ ମାନ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ମାର୍ଗଦର୍ଶକ ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା ପୋରୁହଖୋଜ ସରପଞ୍ଚ ରତିକାନ୍ତ ସାହୁ, ବିଜେପି ନିହଲପ୍ରସାଦ ମଣ୍ଡଳ ସଭାପତି ତଥା ବେଗ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଦିପ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ସିଂ ଯୋଗଦାନ କରିଥିଲେ। ଏହି ଶିବିରରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଶିଶୁ, ମହିଳା ଏବଂ ପୁରୁଷ ଅଂଶଗ୍ରହଣ କରି ନିଜର ସ୍ଵାସ୍ଥ୍ୟ ପରିକ୍ଷା ମାଗଣାରେ କରିଥିଲେ। ଏହି ଶିବିରରେ ଲୋକ ମାନଙ୍କୁ ମାଗଣା ଔଷଧ ବଣ୍ଟନ ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ମହତ୍ତ୍ଵ ପ୍ରୟାସ କୁ ଗ୍ରାମବାସୀ ମାନେ ସରପଞ୍ଚ ମାନ ମହାନ୍ତି ଙ୍କୁ ଉଚ୍ଚକୋଟୀର ପ୍ରଶଂସା କରିବା ସହ “ବିକାଶ” ଫାଉଣ୍ଡେସନର ଏଭଳି ମହତ କାର୍ଯ୍ୟକ୍ରମକୁ ହାତକୁ ନେଇଥିବାରୁ ସାଧାରଣ ରେ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି।
ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.