ଶ୍ରୀମନ୍ଦିର ବଜେଟକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରର ବଜେଟକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଚନ୍ଦନଯାତ୍ରା ଓ ରଥଯାତ୍ରା ପାଇଁ ରଥ ନିର୍ମାଣ ସଂପର୍କ ରେ ଆଲୋଚନା ହୋଇଥିଲା । ଚଳିତ ୨୦୨୨-୨୦୨୩ ମସିହା ପାଇଁ ଶ୍ରୀମନ୍ଦିର ପାଇଁ ମୋଟ ୨୩୭ କୋଟି ୫୮ ଲକ୍ଷ ଟଙ୍କା ବଜେଟ ହୋଇଛି । ତେବେ ଏହାର ରୁପରେଖ ରହିବ ସେ ନେଇ ଆଗାମୀ ୨୫ ତାରିଖ ବୈଠକରେ ବଜେଟକୁ ନେଇ ନିଷ୍ପତ୍ତି ନିଆଯିବ । ସେହିପରି ଅକ୍ଷୟ ତୃତୀୟା ରୁ ରଥ ନିର୍ମାଣ ଆରଂଭ ହେବାକୁ ଥିବା ବେଳେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ। ଏଣୁ ରଥ ଖଳାରେ ରଥ କାର୍ଯ୍ୟ ଓ ଚନ୍ଦନ ଯାତ୍ରା ପାଇଁ ଯାତାୟତ ସୁଗମ ପାଇଁ ଅସ୍ଥାୟୀ ସେଡ ଖୋଲାଯିବ । ପଶ୍ଚିମ ଦ୍ୱାର ରେ ଏହି ସେଡ କରାଯାଇ ପଶ୍ଚିମ ଦ୍ୱାର ଦେଇ ଭକ୍ତ ଙ୍କ ପ୍ରବେଶ ଅନୁମତି ଆଗାମୀ ୨୯ ତାରିଖରୁ ଦିଆଯିବ । ସବୁ ଭକ୍ତ ଶ୍ରୀମନ୍ଦିର ର ପଶ୍ଚିମ ଦ୍ୱାର ଓ ସିଂହ ଦ୍ୱାର ଦେଇ ଶ୍ରୀମନ୍ଦିର ରେ ପ୍ରବେଶ କରିବେ ଓ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଆସ୍ଥାୟୀ ଭାବେ ଚାଲୁ ରହିବ । ସେହିପରି ଚଳିତ ବର୍ଷ ଚନ୍ଦନଯାତ୍ରାରେ ଭକ୍ତ ଙ୍କୁ ସାମିଲ ର ସୁଯୋଗ ଦିଆଯିବ । ତେବେ ଏଥିପାଇଁ କୋଭିଡ ର ଗାଇଡ଼ ଲାଇନ ଅନୁଯାୟୀ sop ଜାରି କରାଯିବ ।

Leave a Reply

Your email address will not be published.