ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରଫିକ୍ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ନିମନ୍ତେ ଆଜି ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି . ଅଧ୍ୟକ୍ଷତା କରି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ବ୍ୟବସ୍ଥା ସମ୍ପର୍କରେ ସମସ୍ତ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଶାନ୍ତି – ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଆରକ୍ଷୀ ଅଧୀକ୍ଷକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିବାକୁ ଥିବା ଜନସାଧାରଣ ଯାନବାହାନ ରଖୁବା ନିମନ୍ତେ ମହିଷାପାଟ ଛକ , କାଲଟାକ୍ସ , କଲେଜ ବାଇପାସ , ଦକ୍ଷିଣକାଳୀ ରୋଡ ପାର୍ଶ୍ଵ , ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପାର୍ଶ୍ବ , ବଳରାମ ମନ୍ଦିର ପାର୍ଶ୍ଵ ଆଦିରେ ପାକିଂ ବ୍ୟବସ୍ଥା ସମ୍ପର୍କରେ ଡି.ଏସ.ପି. , ଡି.ଆଇ.ବି. ଶ୍ରୀ ଅରୁଣ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ । ଅଧିକ ସଂଖ୍ୟକ ପାକିଂ ଷ୍ଟାଣ୍ଡର ବ୍ୟବସ୍ଥା କରିବାକୁ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ବୈଠକରେ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବ ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ , ପୋଲିସ କର୍ମକର୍ତ୍ତା ଓ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପ୍ରତ୍ୟକ୍ଷ ଭାବେ ଯାଇ ଆଜି ନୂତନ ପାକିଂ ସ୍ଥାନ ନିରୂପଣ କରିବେ । ଅପରାହ୍ନ ୪ ଟା ରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ପର୍ମିଶନ | ପାସ ନଥିବା କୌଣସି ଗାଡିକୁ ବଜାର ରାସ୍ତାରେ ଯାତାୟାତ ନିମନ୍ତେ ଅନୁମତି ଦିଆଯିବ ନାହିଂ । ଯେ କୌଣସି ଗାଡି ପାକିଂ ଷ୍ଟାଣ୍ଡରେ ଗାଡି ରଖୁବା ପାଇଁ ଦୁଇ ଚକିଆ ଯାନ ପାଇଁ ୨୦ ( କୋଡିଏ ) ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ୪୦ ( ଚାଳିଶ ) ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ପାକିଂ ଷ୍ଟାଣ୍ଡରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପୃଥକ ଭାବେ ଗେଟ୍ ସହ ଆଲୋକ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମସ୍ତ ପୂଜା ପ୍ରତିଷ୍ଠାନର ଭଲେଣ୍ଟିୟର ( ସ୍ଵେଚ୍ଛାସେବୀ ) ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିବେ ବୋଲି ଜଣାଯାଇଛି । ସହର ମଧ୍ୟରୁ ସମସ୍ତ ବୁଲା ଗାଈ – ଗୋରୁ , ଷଣ୍ଢ ଆଦିଙ୍କୁ ସ୍ଥାନାନ୍ତରଣ କରିବାକୁ ପୌରପାଳିକାକୁ ପରାମର୍ଶ ଦିଆଯାଇଛି । ଗହଳିକୁ ଦୃଷ୍ଟିରେ ରଖୁ ଆସନ୍ତା ୯ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସହର ମଧ୍ୟକୁ କୌଣସି ଯାତ୍ରୀବାହୀ ବସ୍ ଆଣିବେ ନାହିଂ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ଧାର୍ଯ୍ୟ ଭଡା ଦେଇ ସହର ମଧ୍ୟକୁ ଅଟେ । ସାହାଯ୍ୟରେ ଯାତ୍ରୀ ମାନେ ଆସିପାରିବେ ବୋଲି ଜଣାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ପୌର ନିର୍ବାହୀ ଅଧ୍ବକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ସଦର ବିଡିଓ ଶ୍ରୀ ସୁଧୀର କୁମାର ନାୟକ , ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର , ଶାନ୍ତି କମିଟି ସଭାପତି ଶ୍ରୀ ସୁଧାଂଶୁ କୁମାର ଦଳେଇ , ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି , ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇ ଟ୍ରାଫିକ ଏବଂ ପାକିଂ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.