ଓଡିଶା ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଦିନିକିଆ କର୍ମଶାଳା ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଆଜି ରେଭେନ୍ସା ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଠାରେ ଓଡିଶା ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ହାକାଥାନ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା ଓ ପ୍ରତିଭାର ଲକ୍ଷ୍ୟ ରଖା ଯାଇ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହା ଏକ ଜିଲ୍ଲା ସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା। କଟକ ଜିଲ୍ଲାର ବିଭିନ୍ନ +2 ସ୍କୁଲର ଅଧ୍ୟକ୍ଷ , ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଏହି କର୍ମଶାଳାରେ ଯୋଗ ଦେଇ ଆଗାମୀଦିନର ହାକାଥାନ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ।ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହାକାଥାନ ଗଠନ ସମ୍ପର୍କରେ ଆଲୋଚନା କରାଯାଇଛି। ରେଭେନ୍ସା +2 ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ଆରତୀ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ମୟୀ ଶୁଭ୍ଦର୍ଷିନି ସଭାପତିତ୍ବ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହାକାଥାନ ଓଡ଼ିଶା କର୍ମଶାଳାକୁ ଉଦ୍ଘାଟନ କରି କହିଲେ ଆଧୁନିକ ବିଜ୍ଞାନ ଯୁଗରେ ନୂଆ ନୂଆ ବୈଶୈକ ବିଦ୍ୟା ପ୍ରୟୋଗ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଜ୍ଞାନର ଅଭି ବୃଦ୍ଧି ଘଟୁଛି। ରାଜ୍ୟ ସରକାର ହାକାଥାନ ଓଡ଼ିଶା ଗଠନ ପରି କଳ୍ପନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରିବା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କର ମୁଖ୍ୟ ଭୂମିକା ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ ଯୋଗ ଦେଇ କହିଲେ ସରକାରଙ୍କ ର ନୂତନ କ୍ରୀଡା ନୀତି ଫଳରେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ପ୍ରଶିକ୍ଷକ ଭାବେ ଭୁବନେଶ୍ୱର ଆଇ ଆଇ ଆଇ ଟି ରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଶିକ୍ଷକ ମାନେ ପରାମର୍ଶ ଦେଇଥିଲେ। ବିଡାନାସୀ ହାଇସ୍କୁଲର ଶିକ୍ଷକ ସାଗରିକା ରାଉତ, ରେଭେନ୍ସା ର ଆର ପି ଚିରଞ୍ଜିବ ମହାପାତ୍ର ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published.