ସରକାରୀ ଡାକ୍ତର ଖାନାରେ ରୋଗୀ ସେବାର ବିକଳ ଚିତ୍ର

କଟକ,(ନାଗରାଜ ନ୍ୟୁଜ): ସରକାରୀ ଡାକ୍ତର ଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟ ରେ ଇଂଜେକ୍ସନ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ଏବେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ର ଅପରଗତା କୁ ପଦାରେ ପକାଇଛି । ତେବେ ଏହା କୌଣଣି ଉପାନ୍ତ ଅଞ୍ଚଳର କଥା ନୁହଁ , କଟକ ଜିଲ୍ଲା ନିଆଳି ଗୋଷ୍ଠିସ୍ୱାସ୍ଥ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ -ସାଜିଦ ତାଙ୍କ ବାପାଙ୍କୁ ଚିକିତ୍ସା ନିମନ୍ତେ ସୋମବାର ଦିନ ରାତି ୮.୩୦ ରେ ନିଆଳି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାଇଥିଲେ । କେନ୍ଦ୍ରରେ ମାତ୍ର ଦୁଇଟି ବେଡ୍ ଥିବାରୁ ଏବଂ ତାହା ରୋଗି ଥିବା ଦର୍ଶାଇ ତାଙ୍କୁ ଆସିଥିବା ଅଟୋ ଭିତରେ ମୋବାଇଲ ଲାଇଟ୍ ରେ ଇଂଜେକଷନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ ରେ ଥିବା ଡାକ୍ତର ଓ ନର୍ସ। ଏହି ଘଟଣା କୁ ନେଇ ରୋଗି ଅଭାବକ ଅସନ୍ତୋଷ ପ୍ରକାଶ କରିଥବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ ସହ ଭୁଲମ୍ବିକାର କରିଛନ୍ତି । ଆଗକୁ ଏପରି ନ କରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି ।

Leave a Reply

Your email address will not be published.