ପ୍ରତିଭା ପରିବାରର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ପ୍ରତିଭା ପରିବାରର ଚଳିତ ବର୍ଷର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଖଇରା ପଞ୍ଚାୟତ ନିକଟସ୍ଥ ଡାକ୍ତର ହରେକୃଷ୍ଣ ରାଉତଙ୍କ ହୋମିଓପ୍ୟାଥିକ କ୍ଲିନିକ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ରବିବାର ଉତ୍ସବ ହେବା ନିମନ୍ତେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସିନ୍ଧାନ୍ତ ହୋଇଛି । ଉକ୍ତ ବୈଠକରେ ସଦସ୍ୟ, କବି, ସାହିତ୍ୟିକ, ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ବିମନ ବାରିକ, ପ୍ରଶାନ୍ତ କୁମାର ଦାସ, ଡା. ହରେକୃଷ୍ଣ ରାଉତ, ଚନ୍ଦ୍ରଶେଖର ପଣ୍ଡା, ଶଶିକାନ୍ତ ଦାସ, ନିର୍ମଳକାନ୍ତ ଦାସ, ବିଭୁତି ଭୂଷଣ ତ୍ରିପାଠୀ, ରୀତାରାଣୀ ଦାସ, ସ୍ନେହଲତା ପରିଡା, ଶତ୍ରୁଘ୍ନ ଦାସ, ବୁଦ୍ଧିରାମ ପାଣିଗ୍ରାହୀ, ସନାତନ ବେହେରା, ଉମେଶ ଚନ୍ଦ୍ର ନାୟକ, ମୁକ୍ତିକାନ୍ତ ଶତପଥୀ, ରଘୁନାଥ ପତ୍ରୀ, ଗୋପାଳ ପାଢୀ, ଦେବେନ୍ଦ୍ର ରାଉତ, ସୁରମା ପାଣି ଓ ସଞ୍ଜୟ ଭଟ୍ଟରାୟ ପ୍ରମୁଖ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ସମସ୍ତେ ମିଳିମିଶି ଏକ ଗୃପ୍ ଫଟୋ ଉତ୍ତୋଳନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.