ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗନ୍ଦିଁଆ: ଗନ୍ଦିଁଆ ଡିଜିଟାଲ ମିଡ଼ିଆ ଆଶୋସିଏସନ ତରଫରୁ ଲଟାବାଇଁଶିଆ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ହବାକୁ ଯାଉଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଆଜି ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗନ୍ଦିଁଆ ଡିଜିଟାଲ ମିଡ଼ିଆ ଆଶୋସିଏସନର ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ବାଦଲ ମହାନ୍ତି, କୋଷାଧକ୍ଷ ଅକ୍ଷୟ ପାତ୍ର, ବରିଷ୍ଠ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସୁଦାମ ସାହୁଙ୍କ ସହ ବିଭିନ୍ନ ଅଞ୍ଚଳର ବହୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ କରୋନା ସଚେତନତା ସହ ବୃକ୍ଷ ରୋପଣର ଉପକାରିତା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହ ୧୧ ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିର ପାଇଁ ମଧ୍ୟ୍ୟ ଆଲୋଚନା କରାଯାଇଥିଲା ।

ଉକ୍ତ ଶିବିରରେ ୫୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବାକୁ ପ୍ରୟାସ ଥିଲାବେଳେ ଲୋକମାନଙ୍କୁ ରକ୍ତ ଦାନର ଉପକାରିତା ବିଷୟରେ ବୁଝାଇବା ସହ ସ୍ୱତ୍ୱ ପ୍ରବୃତ ଭାବେ ରକ୍ତଦାନ କରିବା ପାଇଁ ପ୍ରେରଣା ଦେବାକୁ ମଧ୍ୟ୍ୟ ଧାର୍ଯ୍ୟ କରାଯାଇଥିଲା । କରୋନାର ଏହି ଭୟଙ୍କର ସ୍ଥିତିରେ ଯେତେବେଳେ ବହୁ ମେଡିକାଲ ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି ସେହି ସମୟରେ ଗନ୍ଦିଁଆ ଡିଜିଟାଲ ମେଡ଼ିଆ ଆଶୋସିଏସନର ଏହି ମହତ କାର୍ଯ୍ୟ ଯାହା ଗନ୍ଦିଁଆ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.