କାଳୀପୂଜାର ପଞ୍ଚମ ବର୍ଷ ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ବଜାର ବଣିକ ସଂଘ ର ସଭାପତି ଇଂ. ରାଜେଶ ମହାକୁଡ଼ କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ସ୍ବାଗତ ଭାଷଣ ଦେଇଥିଲେ, ପରେ ସମ୍ପାଦକ ଅଭିମନ୍ୟୁ ରାଉଳ ଚଳିତ ବର୍ଷ ର ପୁଜା ର ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରିଥିଲେ , ପରେ ସମସ୍ତ ଉପସ୍ଥିତ ବ୍ୟବସାୟୀଙ୍କ ନିଷ୍ପତି କ୍ରମେ ଚଳିତବର୍ଷ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନଧରି ପୂଜା ଅନୁଷ୍ଠିତ ହେବା ନେଇ ନିଷ୍ପତି ଗ୍ରହଣ କରାଗଲା,
୧. ୨୪ ତାରିଖ ସନ୍ଧ୍ୟା ୮.୦୦ ସମୟରେ ଘଟଉତଳନ ।
୨. ୨୬ ତାରିଖ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନସ ଗ୍ରୁପ ଜଳେଶ୍ଵର
୩. ୨୭ ତାରିଖ ମେଲୋଡ଼ି ନାଇଟସ.ଓ ସିନେ ତାରକା
୪. ୨୮ ତାରିଖ ମାଆ ଙ୍କ ଭସାଣି ଯାତ୍ରା ଓ ସମସ୍ତ ବ୍ୟବସାୟୀ ମାନକ ବନ୍ଧୁ ମିଳନ ଭୋଜି ଅନୁଷ୍ଠିତ ହେବ।
ଚଳିତ ବର୍ଷ କମିଟି ର ନିଷ୍ପତି ଅନୁସାରେ ପାର୍ଶ୍ଵ ଦେବା ଦେବୀ କର ୩ ପ୍ରକାର ମୂର୍ତ୍ତି ହେବ ଏକ ପୌରାଣିକ , ଏକ ଚାଷୀ ସ୍ୱାଭିମାନ କୁ ନେଇ ହେବ ଆଉ ଏକ ବର୍ତ୍ତମାନର ଚର୍ଚ୍ଚା ଥିବା ଅର୍ଚ୍ଚନା ନଗ୍ କୁ ନେଇ ଆଧୁନିକ ମୂର୍ତ୍ତି ହେବ,ପରି ଶେଷରେ ସଭାପତି ଇଂ. ରାଜେଶ ମହାକୁଡ଼ ସମସ୍ତଙ୍କୁ ସହଯୋଗ କରିବା କୁ ଅନୁରୋଧ କରିଥିଲା । ଉକ୍ତ ବୈଠକରେ କୋଷାଧ୍ୟକ୍ଷ ପ୍ରତାପ ଗିରି, ଉପସଭାପତି ପୁରସ୍ତମ ମହାନ୍ତି, ସହ ସମ୍ପାଦକ ରମା ରାଉଳ , ସଂଯୋଜକ ମନୋରଞ୍ଜନ ମହାନ୍ତି ଓ ଗଣ୍ଡିବେଡ ବଜାରର ସମସ୍ତ ବ୍ୟବସାୟୀ ବନ୍ଧୁ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।


ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.