ବହୁ ଚର୍ଚ୍ଚିତ ଏମାର ମଠର ପୁଣିଥରେ ଯାଞ୍ଚ

ପୁରୀ, (ନାଗରାଜ ନ୍ୟୁଜ): ବହୁ ଚର୍ଚ୍ଚିତ ଏମାର ମଠର ପୁଣିଥରେ ଯାଞ୍ଚ କରାଯାଇଛି । ଗତବର୍ଷ ସେପ୍ଟେମ୍ବର ୧୬ରେ ଚିହ୍ନଟ ହୋଇଥିବା ସ୍ଥାନକୁ ବୈଷୟିକ ଟିମ ସହାୟତାରେ ଖନନ କରାଯଆଇଥିଲ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉପଜିଲ୍ଲାପାଳ, ମଠ ପରିଚାଳନା କମିଟି ,ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ତିନୋଟି ସ୍ଥାନ ଖନନ ହୋଇଥିଲେ ହେଁ ଲୁହକଣ୍ଟା ଓ ଲୁହାମୁଣ୍ଡା ସହ ଆଉ କିଛି ମିଳିନାହିଁ।ବହୁ ଆଡମ୍ବରରେ ଏହା ଲଘୁ କ୍ରିୟା ପରି ହୋଇଛି।ବୋର୍ଡ ବୈଠକ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ

ପୂର୍ବରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିବାବେଳେ ପରବର୍ତୀ ପର୍ଯ୍ୟାୟରେ ଆଉ ୪୫ ଖଣ୍ଡ ରୁପା ଇଟା ମିଳିଥିଲା ତେବେ ବିତ୍ତୀୟ ମଠ ହୋଇଥିବାରୁ କାଳେ କିଛି ଗୁପ୍ତ ଧନମାଟିତଲେ ଥାଇପାରେ ସେ ସନ୍ଦେହରେ ଗତବର୍ଷ ସେପ୍ଟେମ୍ବର ୧୬ରେ ଦେବୋତ୍ତର, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ୱାରା ମଠର ଯାଞ୍ଚ କରାଯାଇଥିଲା।ଚଟାଣ ତଳେ ଧାତବ ପଦାର୍ଥ ଥିବା ସନ୍ଦେହରେ ତିନୋଟି ସ୍ଥାନକୁ ଚିହ୍ନଟ କରି ବର୍ଗାକାର କରାଯାଇଥିଲା।ବୈଷୟିକ ଟିମର ରିପୋର୍ଟ ପରେ ଆଜି ପୁନର୍ବାର ଖନନ ହୋଇଥିଲା।ମଠର ବାହାର, ଭିତର, ଯଜ୍ଞ ଓ ଅମୁହାଁ ଘର ଯାଞ୍ଚ କରାଯାଇଥିଲା । ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏହି ଖନନ କରାଯାଇଥିଲା। ଚଟାଣ ତଳେ ମୂଲ୍ୟବାନ ଓ ଧାତଵ ପଦାର୍ଥ ରହିଥିବା ସନ୍ଦେହରେ ଏହି ଯାଞ୍ଚ କରଯାଇଥିଲା।

ନୂତନ ଟ୍ରଷ୍ଟ ହାତକୁ ମଠର ପରିଚାଳନା ଦାୟିତ୍ବ ଯିବା ପରେ ମହନ୍ତଙ୍କ ହାତରୁ ଆର୍ଥିକ କ୍ଷମତା କାଢି ନିଆଯାଇଥିଲା। ନୂତନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ଏହି ବିତ୍ତଶାଳୀ ମଠର ଚଟାଣ ତଳେ ପୋତାଧନ ଓ ଦୁର୍ଲ୍ଲଭ ଧାତଵ ପଦାର୍ଥ ରହିଥିବା ସନ୍ଦେହରେ ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲେ। ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରଥମେ ସେପ୍ଟେମ୍ବର ୧୬ ଓ ପୁଣି ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଯାଂଚ କରାଯାଇଥିଲା। ମେଟାଲ ଡିଟେକ୍ଟର ଦ୍ୱାରା ଯାଂଚ ସମୟରେ ଦୁଇଟି ସ୍ଥାନରେ ଧାତଵ ପଦାର୍ଥ ରହିଥିବା ସନ୍ଦେହରେ ସେ ଦୁଇଟି ସ୍ଥାନ ଖୋଳାଯାଇଥିଲା। ଗତ ୨୦୧୧ରେ ଏହି ମଠରୁ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ୪୫ ଖଣ୍ଡ ରୂପାଇଟା ମିଳିଥିଲା। ଖୋଳାଯାଇ ଦୁଇ ଫୁଟ ଗଭୀରତା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହୋଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ମଠର ପ୍ରବେଶ ଦ୍ଵାର ଓ ପୂଜାଘର ସାମ୍ନା ତିନୋଟି ସ୍ଥାନରେ ଧାତବ ପଦାର୍ଥ ରହିଥିବା ଚିହ୍ନଟ ହୋଇ ୫ ମାସର ଅପେକ୍ଷା ପରେ ଖୋଳାଯାଇଥିଲେ ହେଁ ଥିଲେ ହେଁ ନିରାଶ ହେବାକୁ ପଡ଼ିଛି।ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।ବୋର୍ଡ ବୈଠକ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published.