କଟକରେ ସରିଲା ବରିଷ୍ଠ ନାଗରିକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଟକ, (ନାଗରାଜ ନ୍ୟୁଜ): କଟକରେ ସରିଲା ବରିଷ୍ଠ ନାଗରିକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଆଜି କଟକ ଲିଙ୍କ ରୋଡ଼ ଠାରେ ଥିବା ନିସାମଣି ମଣ୍ଡପ ଠାରେ ବାଦାମ ବାଡ଼ି ଥାନା ଓ ମଧୂପାଟଣା ଥାନାର ମିଳିତ ପ୍ରୟାସରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଟ୍ଵିନ ସିଟିର ପୋଲିସ କମିଶନର ସୌମନ୍ଦ୍ର ପ୍ରିୟଦର୍ଶୀ କଟକ ଡ଼ିସିପି ପ୍ରତୀକ ଗୀତା ସିଂ ଯୋଗ ଦେଇଥିଲେ ।

ଦୁଇଟି ଥାନା ଅଧୀନରେ ଥିବା ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଶେଷ କରି ସାଇବର ଲୁଟେରା ମାନଙ୍କର ଠକାମୀରେ ଯେଉଁଭଳି ଭାବରେ ବରିଷ୍ଠ ନାଗରିକ ମାନେ ଶିକାର ହେଉଛନ୍ତି ତାହାରି ଉପରେ ଆଲୋକପାତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ସାଇବର ସେଲର ବରିଷ୍ଠ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଗତ ଦିନ ମାନଙ୍କରେ କିଭଳି ଭାବରେ ଠକାମୀର ଶିକାର ଲୋକେ ହୋଇଥିଲେ ଓ ବର୍ତ୍ତମାନ ତାହାକୁ ରୋକିବା ପାଇଁ ନିଜକୁ କିଭଳି ଭାବରେ ସତର୍କ କରିପାରିବା ତାହାକୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ।

Leave a Reply

Your email address will not be published.