ଟ୍ରକ ଧକ୍କାରେ ଶିକ୍ଷୟତ୍ରୀ ଗୁରୁତର

ଖଇରା,(ନାଗରାଜ ନ୍ୟୁଜ): ଟ୍ରକ ଧକ୍କାରେ ଜଣେ ଶିକ୍ଷୟତ୍ରୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସୋର-କୁପାରୀ ରାସ୍ତାର ତୁରାଣୀପଦା ଛକ ନିକଟରେ । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ସମୟରେ ଶିକ୍ଷୟତ୍ରୀ ମନ୍ଦାକିନି ମଲ୍ଲିକ ସ୍କୁଟି ଯୋଗେ ବିଦ୍ୟାଳୟକୁ ଯାଉଥିବା ସମୟରେ ତୁରାଣୀପଦା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେବା ସହିତ ଶିକ୍ଷୟତ୍ରୀଙ୍କ ଡାହାଣ ହାତ ଉପରେ ଟ୍ରକର ଚକା ଚଡ଼ି ଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଖବରପାଇ ଖଇରା ପୋଲିସ ଉକ୍ତ ଟ୍ରକକୁ ଅଟକ ରଖିବା ସହିତ ତଦନ୍ତ ଜାରି କରିଛି। ସୂଚନା ଥାଉକି ଶିକ୍ଷୟତ୍ରୀ ମନ୍ଦାକିନି ମଲ୍ଲିକଙ୍କ ଘର ସୋର ଥାନା ଅଧିନ ରାଧାବଲ୍ଲଭପୁର ଗ୍ରାମର ହୋଇଥିବାବେଳେ ସେ ଖଇରାରେ ରହି ବାଘୁଆ ନୋଡ଼ାଲ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.