ଡ୍ରିମ୍ସ ସ୍ଵୟଶାସିତ ବୈଷୟିକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ

କଟକ,(ନାଗରାଜ ନ୍ୟୁଜ): କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ସ୍ଵୟଶାସିତ ବୈଷୟିକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ସପ୍ତମ ଆନ୍ତର୍ଜାତୀୟ advance computing & intellegent engineering କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଦେଶ ଓ ବିଦେଶ ର ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟଳୟ ର ଛାତ୍ର ଛାତ୍ରୀ ଗବେଷକ ବୈଜ୍ଞାନିକ ଓ ଇଞ୍ଜିନିର ମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ADVANCE COMPUTING AND INTELLIGENT ENGINEERING ପ୍ରସଙ୍ଗ ଭିତ୍ତିକ ବହୁ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ ହୋଇଥିଲା। ପ୍ରାରମ୍ଭରେ ଡ୍ରିମ୍ସ୍ ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ପ୍ରମୋଦ ଚନ୍ଦ୍ର ରଥ ସ୍ଵାଗତ ଭାଷଣ ଦେବା ସହିତ କର୍ମଶାଳା ସଂପର୍କ ରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଷ୍ଟାଟପ୍ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ଅଧକ୍ଷ ଡକ୍ଟର ଓଁକାର ରାୟ, ମାରିଶସ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ମସ୍କାର୍ ଜିନ୍ସ, ମୃତ୍ୟୁଞ୍ଜୟ ମହାରଣା, ବିଭୁଦେନ୍ଦ୍ର ପତି,ହେମନ୍ତ କୁମାର ରଥ,ଡକ୍ଟର ମମତା ରଥ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କହିଲେ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ଘଟିଲେ ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ହୋଇପାରିବ । ଅନୁଷ୍ଠାନର ଅଧକ୍ଷ ଡକ୍ଟର ନୟନ ରଞ୍ଜନ ସାମଲ ଧନ୍ୟବାଦ୍ ଦେଇଥିଲେ ଓ ଅଧ୍ୟାପିକା କ୍ରୀଷ୍ଣାପ୍ରଦା ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Leave a Reply

Your email address will not be published.