ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଖବର ଅନୁସାରେ ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମରେ ଜଣେ ଅସହାୟ ମହିଳା ରଶ୍ମୀତା ରାଉତ ଦୁଇ ପିଲାଙ୍କ ସହିତ ରହୁଥିଲେ । ତାଙ୍କ ପଡୋଶୀମାନେ ବିଭିନ୍ନ ହଇରାଣ କରିବା ସହିତ ଅସାଦାଚରଣ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସେ ସ୍ଥାନୀୟ ଭାପୁର ଫାଣ୍ଡି, ସଦର ପୋଲିସ, ଢେଙ୍କାନାଳ ଏସପି ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । କିନ୍ତୁ ସବୁଠାରୁ ନିରାଶ ହେବା ପରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି  ।

Leave a Reply

Your email address will not be published.