ଆମ୍ ଆଦମୀ ପାର୍ଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

କଟକ,(ନାଗରାଜ ନ୍ୟୁଜ): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା କାଣ୍ଡ ନେଇ ଆମ ଆଦମୀ ପାର୍ଟି କଟକ ଜିଲ୍ଲା ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାୟୀ କରାଯାଇଛି। ଏଥିପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଆଜି ଖାନନଗର ସ୍ଥିତ ଚନ୍ଦନ ପଡିଆ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପରିଡା ଏହି ଦାବି କରିଛନ୍ତି।।ଦଳ ପକ୍ଷରୁ ଦାବି କରାଯାଇଛି ଯେ ନବ ଦାସ ଙ୍କୁ ଜଣେ ପୋଲିସ ଏ ଏସ ଆଇ ହତ୍ୟା କରିବାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। ରାଜ୍ୟ ବାସୀ ଏହାକୁ ବିଶ୍ଵାସରେ ନେଉ ନାହାନ୍ତି ।ଉକ୍ତ ପୋଲିସ ଅଧିକାରୀ ମାନସିକ ରୋଗରେ ଆକ୍ରାନ୍ତ ବୋଲି ସଫେଇ ଦିଆଯାଇଛି। ଯଦି ସେ ମାନସିକ ରୋଗୀ ତେବେ ହତ୍ୟାକାଣ୍ଡ ପାଇଁ ସରକାର ହିଁ ଦାୟୀ। ଜିଲ୍ଲା ସଭାପତି ଦୂର୍ଗା ପ୍ରସାଦ ପରିଡ଼ା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ରାଜ୍ୟରେ ଆଇଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲେ ମଧ୍ୟ ସରକାର କେବଳ ତଦନ୍ତ କରି ଲୋକଙ୍କୁ ଭୁଁଆ ବୁଲାଉଛନ୍ତି। ଯେଉଁଠି ରାଜ୍ୟରେ ମନ୍ତ୍ରୀମାନେ ସୁରକ୍ଷିତ ନୁହନ୍ତି ତାହେଲେ ଆମ ରାଜ୍ୟରେ ସାଧାରଣ ଜନତା କେତେ ସୁରକ୍ଷିତ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟରେ ମହିଳା ମାନେ ସମ୍ପୂର୍ଣ ଅସୁରକ୍ଷିତ । ଇତିଶ୍ରୀ,ବେବିନା,ରାଜଶ୍ରୀ, ମମିତା, ପରୀ ଓ କିଛିଦିନ ତଳେ ପଟ୍ଟିଆ ଅଞ୍ଚଳର ଦୁଇ ଡିବ୍ୟାଙ୍ଗ ନାବାଳିକା ଙ୍କୁ ବଳାତ୍କାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ସେହି ଭଳି ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ରହସ୍ୟ ଜନକ। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟୀତ୍ୱରେ ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ସମ୍ପୂର୍ଣ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲା ସମ୍ପାଦକ ଅମିତ୍ ମହାପାତ୍ର, ସଂଯିପ ପରିଡ଼ା,ତ୍ରିଲୋଚନ ମଲ୍ଲିକ, ଅଭି ସ୍ଵାଇଁ ଓ ଆଶୁତୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.