ଦ୍ୱିତୀୟ ପତ୍ନୀକୁ ହତ୍ୟା ଅଭିଯୋଗ, ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ତରାଟପାଳ ସାହିରେ ସ୍ତ୍ରୀକୁ ନିର୍ମମ ଭାବେ ଜଣେ ପିଶାଚ ସ୍ୱାମୀ ହତ୍ୟା କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଗାଁର ୨୮ ବର୍ଷୀୟା ମହିଳା ସୋମବାରି ଗୋୟା । ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାମ ଗାଁ ତରାଟପାଳ ସାହିର ମହେନ୍ଦ୍ର ଗୋୟାଙ୍କ ଦ୍ୱିତୀୟ ସ୍ତ୍ରୀ ସୋମବାରିଙ୍କ ମଧ୍ୟରେ ଗତ କିଛି ଦିନ ହେବ କଳହ ଲାଗି ରହିଥିଲା । ଆଜି ଅପରାହ୍ନରେ ଗାଁ ପାଖ ଜଙ୍ଗଲରେ ସୋମବାରିଙ୍କ ମୃତ ଦେହ ପଡିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ପାରିପାଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସୋମବାରି ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରି ସାରିଥିଲେ । ମହେନ୍ଦ୍ର ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.