ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କୁ କୋର୍ଟଚାଲଣ

କଟକ, (ନାଗରାଜ ନ୍ୟୁଜ): ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କୁ କୋର୍ଟଚାଲଣ କରାଯାଇଛି । ଗତକାଲି ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ SP ଭାବରେ କାର୍ଯ୍ୟରତ ଅଛନ୍ତି ତ୍ରିନାଥ ମିଶ୍ର । ତାଙ୍କ ଘର ଓ ଅଫିସ୍ ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରାଯାଇଥିଲା ।

ତ୍ରିନାଥଙ୍କ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପର୍କୀୟଙ୍କ ଘର ଓ ଚଣ୍ଡିଖୋଲରେ ଥିବା ବିଭିନ୍ନ ସଂସ୍ଥା ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଟିମ । ଚଣ୍ଡିଖୋଲ ଛକରେ ଥିବା ଶାନ୍ତିଲତା କେୟାର, ଶାନ୍ତିଲତା ନାମରେ ୨ଟି ଟ୍ରାନ୍ସପୋର୍ଟ, ଖଇରାସ୍ଥିତ ଶ୍ବଶୁର ଘର, ତେଲିଗଡ ସଂଜୟ ନଗରରେ ଥିବା ଫାର୍ମହାଉସରେ ଭିଜିଲାନ୍ସ ଟିମ ରେଡ୍ କରିଥିଲା । ଏହି ଚଢାଉରେ ଅତିରିକ୍ତ ଏସପି ସରୋଜ କୁମାର ସାମଲ, ଡିଏସପି ରବିକାନ୍ତ ସୁନା, ଇନସପେକ୍ଟର ଅନସୂୟା ସେନାପତି ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published.