ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ

କଟକ, (ନାଗରାଜ ନ୍ୟୁଜ): କର୍ଣ୍ଣାଟକ ରୁ ସୁଦୂର ଜର୍ମାନୀରେ ବସବାସ କରୁଥିବା ଦମ୍ପତି ଥାଙ୍ଗାଭେଲ ସର୍ଭନା ଏବଂ ସୁଭାଷିନୀ ମୁନିଶ୍ୟାମି ଆଜି ଏକ 9 ମାସ ର ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏଥି ପାଇଁ ଆଜି ଜିଲ୍ଲା ପାଳ କାର୍ଯ୍ୟାଳୟ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଆଇନ୍ ମୁତାବକ ସରକାରୀ ସ୍ତରରେ ଏହି ଶିଶୁ କନ୍ୟାଟିକୁ ଦମ୍ପତି ଙ୍କ ହାତରେ ହସ୍ତାନ୍ତର କରିଥିଲେ। ଦମ୍ପତି ଏହି ଶିଶୁ କନ୍ୟାଟି କୁ ପାଇ ବହୁ ଖୁସି ଓ ଆନନ୍ଦ ପ୍ରକାଶ କରିଛନ୍ତି। ଦମ୍ପତି ଜଣକ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କ ରେ ସୂଚନା ଦେଇ କହିଲେ ଦୀର୍ଘ 16 ବର୍ଷ ହେବ ତାଙ୍କର ବିବାହିତ ଜୀବନରେ କୌଣସି ସନ୍ତାନ ଆସି ନଥିବାରୁ ଏଥି ପାଇଁ ଉଭୟ ଏକ ଶିଶୁ କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଥିଲେ। ଏଥି ପାଇଁ ଉଭୟ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ 7 ବର୍ଷ ହେଲା ଆବେଦନ କରିଥିଲେ । ସରକାର ତାଙ୍କର ଆବେଦନ କୁ ଗ୍ରହଣ କରି ଚୌଦ୍ୱାର ର ସାମାଜିକ ସଂଗଠନର SERVENT OF INDIA SOCITY ରୁ ଏକ ପୋଷ୍ୟ ସନ୍ତାନ ଯୋଗାଇ ଥିଲେ। ସଙ୍ଗଠନ ପକ୍ଷରୁ ଦମ୍ପତିଙ୍କୁ 9 ମାସର ଶିଶୁ କନ୍ୟାଟି ଯୋଗାଇ ଦିଆ ଯାଇଛି। ଯାହା ଫଳରେ ଉଭୟ ଦମ୍ପତି ଆଜି ସରକାରୀ ଭାବରେ ଶିଶୁ କନ୍ୟାଟିକୁ ଗ୍ରହଣ କରିଛନ୍ତି।ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ପ୍ରଭାତୀ ପରିଡ଼ା, ସର୍ଭେଣ୍ଟ ଅଫ ଇଣ୍ଡିଆ ସୋସାଇଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.