ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜକୁ ଠିକ୍ ୧୮ ତମ ଦିବସରେ ସପ୍ତସଖା ବିଦ୍ୟାପୀଠ ଦଶମାଣପାଟଣା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଉପୁଜିଥିବା ସମସ୍ୟା ର ସମାଧାନ ନିମନ୍ତେ (IIC ନିହଲପ୍ରସାଦ ଓ IIC ଗଁଦିଆ)ଙ୍କ ଉପସ୍ଥିତିରେ ପୂର୍ବତନ ଛାତ୍ର ସଂସଦ ଓ ଗ୍ରାମବାସୀ ଙ୍କ ସମାଲୋଚନାରେ ସ୍ଥିର କରାଗଲା ଯେ, ଯେ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ହୋଇଥିବା ଶିକ୍ଷକ ବଦଳିକୁ ପ୍ରଧାନ ଶିକ୍ଷକ ନିଜେ ଅଡର ବାତିଲ ନକରାଇବେ ସେ ପର୍ଯ୍ୟନ୍ତ ତାଙ୍କୁ ସପ୍ତସଖା ବିଦ୍ୟାପୀଠ ପରିସର ଭିତରକୁ ପ୍ରବେଶ ନିଷେଧ। ଏବଂ ଅନ୍ୟ ଶିକ୍ଷକଙ୍କ ଦ୍ୱାରା ନବମ ଶ୍ରେଣୀ ନାମଲେଖା ଓ ପାଠ ପଢ଼ା ଚାଲୁ ରହିବ । ଏସବୁର ସୁପରିଚାଳନା କରାଇବାକୁ ଗ୍ରାମବାସୀ ଓ ପୂର୍ବତନ ଛାତ୍ର ସଂସଦ ଦ୍ୱାରା ବାଇଧର ମହାନ୍ତିଙ୍କୁ ବର୍ତ୍ତମାନର ପ୍ରଧାନ ଶିକ୍ଷକ ରୂପେ ଭାର ଦିଆଗଲା। ଏବଂ ଦଶମାଣପାଟଣା ଗ୍ରା:ପ:ର ସରପଞ୍ଚ ପ୍ରତିନିଧିଙ୍କ ଦ୍ୱାରା ପୂର୍ବତନ ଛାତ୍ର ସଂସଦ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକ ତାଲା ଖୋଲାଇଲେ।
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ