କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍


 ବାଲେଶ୍ବର: ବାତ୍ୟା ୟାସର ଲାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଘୂ ଘୂ ଗର୍ଜନ କରୁଛି ସମୁଦ୍ରସ। ତଳି ଅଞ୍ଚଳକୁ ମାଡ଼ି ଆସିଛି ଜୁଆର । କେଉଁଠି ରାସ୍ତା ଉପରେ ତ ଆଉ କିଛି ସ୍ଥାନପେ ଜନବସତିରେ ସମୁଦ୍ର ପାଣି ପସିବା ଆରମ୍ଭ ହୋଇଛି ।

ଧାମରା ପାଖରୁ ଦୂରେଇ ଯାଇଛି ବାତ୍ୟା ୟସ୍ । ଏବେ ବାଲେଶ୍ୱର ଉପକୂଳ ପାଖାପାଖି ପହଞ୍ଚିଛି । ଆରମ୍ଭ ହୋଇଛି ୟାସର ଲାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଛି ଲାଣ୍ଡଫଲ୍ ପ୍ରକ୍ରିୟା । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୩-୪ ଘଣ୍ଟା ଧରି ଲାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ୟାସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩-୪ ଘଣ୍ଟା ଭିତରେ ଏହି ପ୍ରକ୍ରିୟା ଶେଷ ହେବ । ବାତ୍ୟା ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣ ପାଖକୁ ବାହାନଗା ବ୍ଲକ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ଏସଆରସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.