ପୁଣି ବାବା ସାରଥୀଙ୍କ ଆବିର୍ଭାବ, ଘରୁ ଉଠେଇ ନେଲା ପୋଲିସ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବିଗତ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ କଳା କାରନାମା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଥରେ ଭଣ୍ଡ ବାବା ସାରଥୀଙ୍କ ଆବିର୍ଭାବ ଘଟିଛି । ଅନ୍ଧ ଭାବେ ଭଗବାନ ବୋଲି ବିଶ୍ୱାସ କରୁଥିବା ତାଙ୍କ ଭକ୍ତମାନେ ସାରଥିଙ୍କ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ପଞ୍ଚାୟତର ଖଳିବାହାଳ ଗ୍ରାମରେ ଦେଖିବାକୁ ମିଳିଛି ।
ଉକ୍ତ ସାହିର ଦିବାକର ନାଥଙ୍କ ପରିବାର ଲୋକେ ସାରଥୀ ବାବାଙ୍କ ଏକ ବଡ ଫୋଟ ରଖି ପୂଜାର୍ଚ୍ଚନା ଚଳାଇଛନ୍ତି । ଦିନକୁ ଦିନ ଉକ୍ତ ସ୍ଥାନରେ ଲୋକମାନଙ୍କ ଭିଡ ମଧ୍ୟ ବଢିବାକୁ ଲାଗିଛି । ଦିବାକର ନାଥଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସାରଥୀ ତାଙ୍କ ଘରକୁ ପ୍ରଭୂ ରୂପରେ ଆସି ଖାଦ୍ୟ ଓ ବସ୍ତ୍ର ନେଇ ଯାଉଛନ୍ତି । ଆଜି ସୁକାନ୍ତଙ୍କ ଘରେ ଲୋକଙ୍କ ଭିଡ ସହ ଭୋଜି ଭାତର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଖଳିବାହାଳ ବାସିନ୍ଦା ତୀବ୍ର ବିରୋଧ କରିଥିଲେ ।

 

ବିରୋଧ ସତ୍ତ୍ଵେ ମଧ୍ୟ ପୂଜାର୍ଚ୍ଚନା ସହିତ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଯାହାକୁ ନେଇ ଗ୍ରାମ ସଭାପତି ରଘୁନାଥ ନାଥ ଓ ଗ୍ରାମବାସୀ ମିଶି ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ପରଜଙ୍ଗ ପୋଲିସ ସେଠାରେ ପହଞ୍ଚି ଭିଡ ଭାଙ୍ଗିବା ସହିତ ଦିବାକର ନାଥ ଓ ତାଙ୍କ ପୁଅ ସୁକାନ୍ତ ନାଥଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଛନ୍ତି । ସାରଥୀଙ୍କୁ ଭଗବାନର ଆକ୍ଷ୍ୟା ଦେଇ ଲୋକଙ୍କୁ ଭୂଆଁ ବୁଲାଇ ଗାଁକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଆଗାମୀ ଦିନରେ ପୁଲିସ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଓ ଗ୍ରାମ ସଭାପତି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.