ଗୋଳବାରୁଦ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବଲାଙ୍ଗୀର, (ନାଗରାଜ ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନା ଅନ୍ତର୍ଗତ ଗୋଏଲଭାଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ରେଙ୍ଗାଲି ଗ୍ରାମର ରମେଶ ଚନ୍ଦ୍ର ନାଗ ବଡ଼ମାଲ ଗୋଳାବାରୁଦ କାରଖାନାରୁ ଟିଟିଲାଗଡ ଡାକ୍ତରଖାନାକୁ ଯାଉଥିବା ସମୟରେ ଗୋଏଲ ଭାଡ଼ି ଛକରେ ସଡ଼କ ଦୁର୍ଘଟଣାଘଟିଥିଲା । ଘଟଣା ସ୍ଥଳରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକେ କ୍ଷତିପୂରଣ ଦାବି ସହ ଦୁର୍ଘଟଣା ଘଟାଇଥିବା ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published.