କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଗଁଦିଆ କପିଳାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚଳିତ ମାସ୬ଓ୭ତାରିଖ ଏହି ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବରେ ଗଁଦିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଓ ଇଂରାଜୀ ଅଧ୍ୟାପକ ଗୋଲକ ବିହାରୀ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ଉପକାରୀତା ଉପରେ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ୭ତାରିଖରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇନ୍ଦୁପୁର କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗଦାନ କରି ପାଠ ପଢିବା ସହିତ ଖେଳ କୁଦ ଆମମାନଙ୍କର ଜୀବନର ଏକ ଅବିଛେଦ୍ୟ ବିଷୟ ଅଟେ ଶିକ୍ଷାରେ ଜ୍ଞାନ ଅର୍ଜନ ସହିତ ନିଜର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ କୁ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମନଙ୍କୁ ପରାମର୍ଶ ଦେଇଥିଲେ ଚଳିତ ବର୍ଷ ବାଳକ ବିଭାଗରେ କଳାରେ୨ବର୍ଷ ଛାତ୍ର ଚନ୍ଦନ କୁମାର ବେହେରା ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ କଳାର୨ବର୍ଷ ଛାତ୍ରୀ ସୁଭଦ୍ରା ବିଶ୍ୱାଳ ଚମ୍ପିୟାନ ହୋଇଥିଲେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ବିଦ୍ୟାଳୟର ଅଧ୍ୟାପକ ପ୍ରିୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ ପ୍ରତିଯୋଗିତାଉକୁ ବିଦ୍ୟାଳୟରଖେଳ ଶିକ୍ଷକ ଚିତ୍ତରଞ୍ଜନ ସାମଲ ପରିଚାଳନା କରିଥିବା ବେଳେ ସରୋଜ ମହାପାତ୍ର ବ୍ରଜ କିଶୋର ରାଉତ ବରୁଣ ମାଝୀ ଓ ଦୁଷ୍ମନ୍ତ ସେଠି ସହଯୋଗ କରିଥିଲେ ତତ ସହିତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ଜପସ୍ଥିତ ରହି ଏହାକୁ ସଫଳ ରୂପାୟନ କରିଥିଲେ ଏହି ପ୍ରତି ଯୋଗୀତରେ ସମୁଦାୟ୨୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.