ଉଦଯାପିତ ହେଲା ବାର୍ଷିକ କ୍ରୀଡ଼ା ଉତ୍ସବ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତ ଅଧିନ ଡାଙ୍ଗିରିପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଉକ୍ତ ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଏଥଲେଟିକ୍ ବିଭାଗରେ ୨୦୦ ମିଟର, ୧୦୦ ମିଟର, ୪୦୦ ମିଟର ଦୈଡ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ,ସଟପୋଟ୍ ଡିସ୍କସ୍, ଥ୍ରୋ, କବାଡି ଖେଳରେ ଉଭୟ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଖେଳ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା । ଏହି ଖେଳକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଶ୍ମିତା ସ ଓ ଖେଳ ଶିକ୍ଷକ ପଦ୍ମଲୋଚନ ବାରିକ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ଜେନାଙ୍କ ପୋରୋହିତ୍ୟରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.