କଟକ ବିଜେପିର ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ଓ ଦରଘା ବଜାର ଥାନାରେ ଏତାଲା

କଟକ,(ନାଗରାଜ ନ୍ୟୁଜ): ପଶ୍ଚିମ ବଙ୍ଗର ମମତା ବାନାର୍ଜି ସରକାରରଙ୍କ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ଅପମାନ ଜନକ ଟିପ୍ପଣୀ ପ୍ରତିବାଦରେ ଆଜି ଅପରାହ୍ନ 4ଘଟିକାରେ ଗୌରୀଶଙ୍କର ପାର୍କଠାରେ କଟକ ଭାଜପା ର କାର୍ଯ୍ୟକର୍ତ୍ତା ମାନେ ଗୌରୀଶଙ୍କର ପାର୍କ ପାଖରେ ଏକ ପ୍ରତିବାଦ ସଭା କରିଥିଲେ, ଯେଉଁଥିରେ ବକ୍ତାମାନେ ଅଖିଳ ଗିରୀଙ୍କୁ ନିସର୍ତ୍ତ କ୍ଷମା ମାଗିବା ନଚେତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ରାଷ୍ଟ୍ରର ପ୍ରଥମ ନାଗରିକ ତଥା ଆଦିବାସୀ ମହିଳାଙ୍କୁ ଆକ୍ଷେପ କରିଥିବାରୁ ଗିରଫ କରିବାକୁ ଦାବୀ କରିଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହି ଘଟଣାରେ ଚୁପ ରହି ନୀରବ ସମର୍ଥନ ଦେଉଥିବାରୁ ବକ୍ତାମାନେ ତୀବ୍ର ଭର୍ଷଚନା କରିଥିଲେ। ଏହାପରେ କାର୍ଯ୍ୟକର୍ତା ମାନେ ମମତା ବାନାର୍ଜି ଓ ଅଖିଳ ଗିରିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ.ଶେଷରେ ଦରଘା ବଜାର ଥାନା ରେ ତାଙ୍କ ବିରୁଦ୍ଧରେ ଏତାଲା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ମହିଳା ମୋର୍ଚ୍ଚା ସଭାପତି ପ୍ରବୀଣା ମହାପାତ୍ର,ଦେବାନନ୍ଦ ସିଂ, ରତନ ମହାନ୍ତି,ଦିବାକର ସାହୁ,ମହମ୍ମଦ ସବିର,ଗଗନ ଓଝା,ଶରତ ଭୋଳ,ୱାଇ ୱାଣୀ, ସତ୍ୟବ୍ରତ ମିଶ୍ର, କଲ୍ୟାଣୀ ମହଲା,ଅମ୍ବିକା ଦାସ, ସବିତା ବେହେରା, ଦୀପକ କାହାଳୀ, ସତ୍ୟଜିତ ମହଲା,ଦିଲ୍ଲୀପ ସାହୁ,ସୁଚିତ୍ରା ସେନାପତି, ସାଗରୀକା ମୁଦୁଲି, ପାର୍ବତୀ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.