ଓଲଟିଲା ବରଗଛ ଭାଙ୍ଗିଲା ନାଟ ମନ୍ଦିର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏହି ଲଗାଣ ବର୍ଷାରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ହଳଦିଆପଡ଼ା ଗ୍ରାମରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । କିନ୍ତୁ ଅଳ୍ପକେ ରକ୍ଷା ପାଇ ଯାଇଛି ଲୋକଙ୍କ ଜୀବନ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗ୍ରାମର କାଳିକା ଦେବୀ ମନ୍ଦିର ନିକଟରେ ୨୦୦ ବର୍ଷରୁ ଉର୍ଦ୍ଧ୍ବ ଏକ ବରଗଛ ରହିିଥିଲା । ଲଗାଣ ବର୍ଷା ଯୋଗୁ ଉକ୍ତ ବରଗଛଟି ନିକଟରେ ଥିବା ଵହୁ ପୁରାତନ ଐତିହାସିକ କାଳିକା ଦେବୀ ମନ୍ଦିର ଉପରେ ଉପୁଡି ପଡିଥିଲା । ଯାହା ଫଳରେ ମନ୍ଦିରର ନାଟ ମନ୍ଦିର ଭାଙ୍ଗିବା ସହିତ ମନ୍ଦିରର ଆସବା ପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସକାଳ ସମୟରେ ଏହି ଗଛଟି ଉପୁଡି ପଡିଥିଲା । ସୌଭାଗ୍ୟ ବଶତଃ ମନ୍ଦିର ଭିତରେ କିମ୍ବା ସମ୍ପୃକ୍ତ ଅଞ୍ଚଳରେ କେହି ନଥିଲେ । ନିଶ୍ଚିତ ମୃତ ମୁଖରୁ ବଞ୍ଚି ଯାଇଛନ୍ତି ଜନସାଧାରଣ । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଗଛ କାଟି ପରିଷ୍କାର କରିଥିଲେ । ଅନ୍ୟ ପଟେ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ସରକାର ଓ ସ୍ଥାନୀୟ ପ୍ରସାଶନ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.