ପୁଣି ନିରାଶ ହେବେ ଭକ୍ତ, ଚଳିତ ଥର ମଧ୍ୟ ବିନା ଭକ୍ତରେ ହେବ ଚନ୍ଦ୍ର ଭାଗା ପ୍ରସିଦ୍ଧ ମାଘ ମେଳା

କୋଣାର୍କ, (ନାଗରାଜ ନ୍ୟୁଜ): ପୁଣି ନିରାଶ ହେବେ ଭକ୍ତ, ଚଳିତ ଥର ମଧ୍ୟ ବିନା ଭକ୍ତରେ ହେବ ଚନ୍ଦ୍ର ଭାଗା ପ୍ରସିଦ୍ଧ ମାଘ ମେଳା । ଗତବର୍ଷ ଭଳି ଚଳିତବର୍ଷ ମାଘ ସପ୍ତମୀରେ ବୁଡ ପକାଇବାରୁ ବଂଚିତ ହେବେ ଭକ୍ତ । କୋଭିଡ କଟକଣା ଭିତରେ ମାଘ ମେଳା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କେବଳ ସେବାୟତ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କରାଯିବ ମାଘ ସପ୍ତମୀ ବୁଡ । ରୀତିନିତିନୁସାରେ ମାଘ ସପ୍ତମୀର ସମସ୍ତ କାର୍ଯ୍ୟ ତ୍ବରାନିତ ହେବ । କୋଣାର୍କ ଯାତ୍ରୀ ନିବାସ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପୁରୀ ଉପଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କ ସମେତ କୋଣାର୍କ ଏନଏଏସି ଓ ଭିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.