ପୁଣି ପୁରୀ ବଡ଼ଦାଣ୍ଡରେ ରକ୍ତ ଛିଟା

ପୁରୀ,(ନାଗରାଜ ନ୍ୟୁଜ): ପୁଣି ପୁରୀ ବଡ଼ଦାଣ୍ଡରେ ରକ୍ତ ଛିଟା । ବ୍ୟବସାୟକୁ କେନ୍ଦ୍ରକରି ମର୍ଚ୍ଚିକୋଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି କୁମ୍ଭାରପଡ଼ା ର ଦେବାଶିଷ ଭୋଳ। ଦେବାଶିଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରୀଚ ଠାକୁରାଣୀ ମନ୍ଦିର ସମ୍ମୁଖରେ ଖଟ ଦୋକାନ ପକାଇବାକୁ ନେଇ ଦେବାଶିଷଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ଦେବାଶିଷଙ୍କ ମାଳି ଦୋକାନ ସମ୍ମୁଖରେ ଆଉ କିଛି ବ୍ୟବସାୟୀ ଜୋରଜବରଦସ୍ତ ଖଟ ପକାଇବାକୁ ଉଦ୍ୟମ କରୁଥିଲେ। ତେବେ ଏହାକୁ ଦେବାଶିଷ ବାରଣ କରିବାରୁ ଦୁବୃର୍ତ୍ତ ମାନେ ତାଙ୍କୁ ଜିଆଇ ପାଇପରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି କହିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି,ବର୍ତ୍ତମାନ ସୁଦ୍ଧା କିଛି ଲିଖିତ ଅଭିଯୋଗ ହୋଇ ନଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ।

Leave a Reply

Your email address will not be published.