ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ମୋ ଅନୁଷ୍ଠାନ ପରିବାରର ସଦସ୍ୟ/ସଦସ୍ୟାଙ୍କ ମଙ୍ଗଳ କାମନା ନିମନ୍ତେ ଚିତାଲାଗି ଅମାବାସ୍ୟା ଶୀର୍ଷକ ଉପରେ କବିତା ଲେଖି ପୋଷ୍ଟ କରିଥିଲେ । ଆସିଥିବା ଅନେକ ଗୁଡିକୁ ରାଜ୍ୟ ସ୍ତରୀୟ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇଥିଲା । ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସୁ ଗୃହିଣୀ, ସୁ ଲେଖିକା ଓ ସୁ କବୟିତ୍ରୀ ରଞ୍ଜୁଲତା ପାଢି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯାଜପୁରର କବୟିତ୍ରୀ ଭାରତୀ ସାହୁ ଦ୍ବିତୀୟ ଓ ଜଗତସିଂହପୁରର କବୟିତ୍ରୀ ସଞ୍ଜୁକ୍ତା ସାହୁ ତୃତୀୟ ସ୍ଥାନ ଅଧିକାର କରି ଓଡିଆ ସଂସ୍କୃତି ଓ ପରମ୍ପରା ବଜାୟ ରଖିଛନ୍ତି ।

ଜଗତର ନାଥ ପ୍ରଭୁ ଜଗନ୍ନାଥ ସେମାନଙ୍କ ଚଲାପଥ କୁସୁମିତ କରନ୍ତୁ ଏବଂ ବହୁମୂଲ୍ୟ ସମୟ ନଷ୍ଟକରି କବିତା ଗୁଡିକୁ ସମୀକ୍ଷା କରି ତୁଳସୀପୁର କଟକର ଅଧ୍ଯାପିକା, ସୁ ଗୃହିଣୀ ଓ ସୁ ସାହିତ୍ଯିକା ସୁଜାତା ମହାନ୍ତି ଅନୁଷ୍ଠାନକୁ ଫଳାଫଳ ପ୍ରଦାନ ପରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କ ନାମ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଥିଲେ । ଏଥିରୁ ଜଣାପଡେ ଏବେବି ହଜିଯାଇନି ଓଡିଶାର ସଂସ୍କୃତି ଓ ପରମ୍ପରା, ଭୁଲି ନାହାନ୍ତି ପର୍ବପର୍ବାଣିକୁ ଓଡିଆମାନେ । ଏଥିରେ ଖୁସି ହୋଇ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ରଞ୍ଜୁଲତା ପାଢ଼ୀଙ୍କୁ ଗୋଟିଏ ଲକ୍ଷ୍ମୀ ପୁରାଣ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.