ଖଇରା ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଖଇରା,(ନାଗରାଜ ନ୍ୟୁଜ ): ଖଇରା ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ବିନୟ ଓ ସୁନାଗରିକ ଭାବେ ଗଢ଼ି ତୋଳିବାରେ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱ ପୂର୍ଣ୍ଣବୋଲି ପ୍ରକାଶ କରିଥିଲେ । ଅନ୍ୟତମ ମନ୍ତ୍ରୀ ଖେଳ ଓ ଯୁବମନ୍ତ୍ରୀ ତୁଷାର କାନ୍ତ ବେହେରା ଓ ପର୍ୟ୍ୟଟନ,ସଂସ୍କୃତି ଓ ଭାଷା ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବାସହିତ ମହାପୁରୁଷଙ୍କ ପଥଅନୁସରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରି ବିଷ୍ଣଚରଣ ସୁତାର, ଆଲୁମୁନି ସଭାପତି ମୁକ୍ତିକାନ୍ତ ଶତପଥୀ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇଥିଲେ । ବିଡିଓ ପର୍ଶୁରାମ ପଣ୍ଡାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ ସାହୁ ଓ ଶିକ୍ଷକ ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷିତ କୁମାର ଜେନାଙ୍କ ଦ୍ୱାରା ଲିଖିତ ପୁସ୍ତକ କବିତା କଦମ୍ବ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

Leave a Reply

Your email address will not be published.