ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଗନଧୁଳି ଗ୍ରାମପଞ୍ଚାୟତ ଅଧୀନ ତୁରିଗଡିଆ ଠାରେ ସରସ୍ଵତୀ ଶିଶୁ ମନ୍ଦିର , ତୁରିଗଡିଆ ର ୧୨ ତମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୁବନେତା ତଥା ସମାଜ ସେବୀ ଇଂ. ରାଜେଶ ମହାକୁଡ଼ ଯୋଗଦେବା ଅବସରରେ ମୁଖ୍ୟ ବକ୍ତା ଭାବେ ଗଗନଧୂଳି ପଞ୍ଚାୟତ ର ସରପଞ୍ଚ ମଦନ ମୋହନ ସlନ୍ତରl , ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତିଳତମl ମଲିକ ଉପସ୍ଥିତ ରହିଥିବା ବେଳେ ସଭାର ସଭାପତିତ୍ବ। କରିଥିଲେ କମିଟି ର ସଭାପତି କମଳାକାନ୍ତ ପାଣିଗ୍ରାହୀ , ପରିଚାଳନା କରିଥିଲେ ସଂପାଦକ ଆନନ୍ଦ ନାୟକ ଏବଂ ଆଚାର୍ଯ୍ୟ ଜିତେନ୍ଦ୍ର ରମ୍ ଓ ଉପସଭାପତି ମହେଶ୍ବର ନାଥ । ଏହି ଅବସରରେ ପିଲାମାନଙ୍କ ଦ୍ଵାରା ନୃତ୍ୟ , ଗୀତ ଓ ନାଟକ ପରିବେଷଣ କରାଯାଇଥିଲା ଏହି ଅବସରରେ ମୁଖ୍ୟ ଅତିଥି ଇଂ. ରାଜେଶ ମହାକୁଡ଼ ଅଭିଭାଷଣ ଶେଷରେ ନିଜ ବ୍ୟକ୍ତିଗତ ଅର୍ଥରୁ ଗୋଟିଏ ଶ୍ରେଣୀ ପାଇଁ ପିଲାମଙ୍କୁ ଦ୍ୟକ୍ସ ଓ ବ୍ୟଞ୍ଚ ୩ ଦିନ ମଧ୍ୟରେ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଆଗାମୀ ଦିନରେ ଅନୁଷ୍ଠାନ ପ୍ରତି ସହଯୋଗ ରହିବାର ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published.