ଭତ୍ତା ପାଇଁ ପ୍ରଶାସନ ପାଖରେ ଗୁହାରି

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର ସର୍ତ୍ତିକ ଧରୁଆଙ୍କ ବୟସ ସତୁରି ବର୍ଷ ହେବ l ହେଲେ ସେ ଅତି ଗରିବ l ସରକାରି ସହାୟତା କହିଲେ କେବଳ ୫କେଜି ଚାଉଳ  l ଏ’ ପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ  l ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି  l ସବୁ ଠାରୁ ଦୁଃଖର ବିଷୟ ହେଉଛି ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କହିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳୁ ନାହିଁ  l ଭତ୍ତାଟିଏ ପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁନାହା ନ୍ତି l ଏଣୁ ପାଟଣାଗଡ଼ ବ୍ଲକ ପ୍ରଶାସନ ଏଥିପ୍ରତି ଧ୍ୟ୍ୟନ ଦେବାକୁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published.