ଯୁବ ଅଧିବକ୍ତା ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରଦାନ

ପୁରୀ, (ନାଗରାଜ ନ୍ୟୁଜ): ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟଳୟ ଜିଲ୍ଲାମୁଖ୍ୟାଳୟ ଠାରୁ ପ୍ରାୟତଃ ୧୦ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବାରୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓକିଲ ଓ ମୋହରୀର ମାନେ ଆବଶକୀୟ କାଗଜାତ ହାସଲ କରିବା ପାଇଁ ଗମନାଗମନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଯେଉଁ ବିଷୟ ଜିଲ୍ଲା ଯୁବ ଅଧିବକ୍ତା ସଂଘ ବିଗତ ଦିନରେ ବାରମ୍ବାର ମାନ୍ୟବର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି | ବର୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଯୁବ ଅଧିବକ୍ତା ସଂଘ ପୁର୍ନବାର ଆଜି ଜିଲ୍ଲାପାଳଙ୍କୁ ଉପରୋକ୍ତ ସମସ୍ୟା ସମାଧାନ ପାଇଁ ନିବେଦନ କରିବା ସହିତ ଯଥା ଶୀଘ୍ର ଜନସାଧାରଣଙ୍କ ସୁବିଧା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଅନୁରୋଧ କରିଛି | ଉକ୍ତ ଦରଖାସ୍ତ ପ୍ରଦାନ ସମୟରେ ସଂଘ ସଭାପତି ବିଶ୍ୱଜିତ ପ୍ରଧାନ, ଆବାହକ ଅନିଲ୍ କୁମାର ସାହୁ, ସୁଭାଶିଷ ମହାନ୍ତି, ଦେବାଶିଷ ଦାଶ ଓ ରଞ୍ଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |
ଖୁବ ଶୀଘ୍ର ଜିଲ୍ଲାମୁଖ୍ୟାଳୟକୁ ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟଳୟ ସ୍ଥାନାନ୍ତରୀତ ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି |

Leave a Reply

Your email address will not be published.