ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଦକ୍ଷତା ପରୀକ୍ଷା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଆଜି ଗଁଦିଆ ବ୍ଲକ ସ୍ତରୀୟ କଳାକାର ଦକ୍ଷତା ପରୀକ୍ଷା ବ୍ଲକ ସଭାଘର ଠାରେ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଏହାକୁ ଉଦଘାଟନ କରିଥିଲେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କର ଅଧକ୍ଷତାରେ ଆରମ୍ଭ ହୋଇଥିବା ଏହି ଚୟନ କାର୍ଯ୍ୟକ୍ରମରେ ଉକ୍ତ ବ୍ଲକର୨୯ଗୋଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ବିଭାରେ ଦକ୍ଷତା ଥିବା ଗ୍ରାମାଅଂଚଳର କଳାକାର ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ କଳାକାର ମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ ଏଥିରେ ବିଚାରକ ଭାବରେ ଦୁର୍ଯ୍ୟୋଧନ ଜେନା ଶରତ ସାହୁ ଦୁର୍ଗା ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଚୟନ କାର୍ଯ୍ୟ ସମ୍ପାଦନ କରିଥିଲେ ବ୍ଲକ କଳାକାର ସଂଘର ଉପ ସଭାପତି କପିଳ ବେହେରା ଓ ଶୁଭାଶିଷ ମହାପାତ୍ର କାର୍ଯ୍ୟ ପରିଚାଳନା କରିଥିଲେ ଏହି କଳାକାର ଦକ୍ଷତା ପରୀକ୍ଷା୪ଦିନ ଧରି ଅନୁଷ୍ଠିତ ହେବ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.