ବନ ବିଭାଗର ମନମୁଖୀ କାର୍ଯ୍ୟ, ଦନ୍ତା ହାତୀ ଉପଦ୍ରଵରେ ଅଂଚଳବାସି ଆତଙ୍କିତ

ଖଇରା,(ନାଗରାଜ ନ୍ୟୁଜ): ହାତୀ ଉପଦ୍ରଵ ରୋକିବା ରେ ବନ ବିଭାଗ ନାକାମ . ଓଲଟି ଦନ୍ତା ପାଲଟା ଆକ୍ରମଣରେ ବନ କର୍ମଚାରୀ ଆହତ . ଏହିପରି ବାରମ୍ବାର ହାତୀ ଉପଦ୍ରଵ ର ଆଡସ୍ଥଳୀ ପାଲିଟିଗଲାଣି ଉକ୍ତ ଅଞ୍ଚଳ, ତେଣୁ ଘଟଣା ଟି ଦେଖିବା କୁ ମିଳୁଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ର, ୱାର୍ଡ ନମ୍ବର 3 କଣ୍ଟାବାଣିଆ ର ରେଭିନୁ ଭିଲେଜ ପାଟଚଣ୍ଡୀ ଗ୍ରାମଟି ଦେବ ଗିରି ପାହାଡ଼ ପାଦଦେଶ ତଳେ ଅବସ୍ଥିତ ଥିବାରୁ ଏହି କିଛି ଦିନ ଭିତରେ କ୍ରମାଗତ ଦନ୍ତା କାଲ୍ହା ହାତୀ ଟି କୁଲଢିଆ ଅଭୟାରଣ୍ୟ ରୁ ଆସି ଖମୁକୁଟ ଠୁଁ ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟନ୍ତ ଚାଷ ଜମି ଗୁଡିକ ରେ କ୍ଷୟ କ୍ଷେତି ର ଉପଦ୍ରଵ ରଚିଛି, ଉକ୍ତ ଅଞ୍ଚଳ ବାସି ବାରମ୍ବାର ପ୍ରଶାସନ ଙ୍କୁ ଜଣେଇଥିଲେ ବି ସେମାନଂକୁ ସୁରକ୍ଷା ଯୋଗାଇ ବାରେ ବନ ବିଭାଗ ବିଫଳ ହେଉଛି,ପୁଣି କାଲି ପାଟଚଣ୍ଡୀ ଠାକୁରାଣୀ ପାଖରେ ସନ୍ଧ୍ୟା 8:30ମିନିଟ ସମୟରେ ଦନ୍ତାହାତୀ ଘୋଡାଇ ବାକୁ ଯାଇ ବନ କର୍ମଚାରି ଆକ୍ରମଣ ରେ ଶିକାର ହୋଇଛନ୍ତି, ତେଣୁ ହାତୀ ଉପଦ୍ରଵ ରୋକିବା ପାଇଁ ପ୍ରଶାସନ ତରଫରୁ ଡ୍ରେନଜ ଓ ସୋଲାର କରେଣ୍ଟ ଵେବସ୍ତା କରାଯାଇଥିବା ବେଳେ ତାହା ଏବେ ସମ୍ପୂର୍ଣ ନଷ୍ଟ ହୋଇଅଛି, ତୁରନ୍ତ ପ୍ରଶାସନ ତରଫରୁ ହାତୀ ଉପଦ୍ରଵ ରୋକିବା ସହିତ ସେମାନଙ୍କ ର କ୍ଷୟକ୍ଷତି ହୋଇଥିବା ଧାନ ଚାଷ ଭାଙ୍ଗିଥିବା ଘର ଗୁଡିକ ର ପରିବାର ମାନଂକୁ ସହାୟତା ଯୋଗାଇ ଦେବା କୁ ସାଧାରଣ ରେ ଦାବି କରିବା ଶହ ଉକ୍ତ ଅଂଚଳ ଗୁଡିକ ରେ ଲାଇଟି କରଣ କରିବାକୁ ଦାବି କରାଯାଇଛି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.