ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସମାଧାନ” ପକ୍ଷରୁ କଳାକାର ସମ୍ମାନ ସମାରୋହ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ବସ୍ତା ସମ୍ଭୁନାଥ ହାଇସ୍କୁଲ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ସମାଧାନ ” ପକ୍ଷରୁ ବସ୍ତା ଅଞ୍ଚଳର ବହୁ ପ୍ରତିଭା ଧାରି କଳାକାର, ଗୀତିକାର, କଣ୍ଠଶିଳ୍ପୀ, ନୃତ୍ୟ, ନିର୍ଦ୍ଦେଶକ ଲେଖକ ଓ ଅଭିନୟ ଭଳି ସମସ୍ତ ପ୍ରତିଭାଧାରୀଙ୍କୁ ସମାଧାନ ସଙ୍ଗଠନ ତରଫରୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ଓ ସମସ୍ତ ମେମ୍ବର ସହଯୋଗ କରିଥିଲେ । ପଣ୍ତିତ ବିଶ୍ୱରଞ୍ଜନ ପାଣି ଶର୍ମା ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ଅବସରପ୍ରାପ୍ତ ବିଡିଓ ଶଙ୍କର କୁମାର କର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଭାବେ ସଦାନନ୍ଦପୁର ସରପଞ୍ଚ ଅନିଲ ମହାନ୍ତି, ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ସମାଜସେବୀ ରବିନ୍ଦ୍ର କୁମାର ଜୈନ, ଅବସରପ୍ରାପ୍ତ ଏସପି ଅସିତ କୁମାର ମହାନ୍ତି ଓ କାଳି ଚରଣ ସେଠୀ ଯୋଗ ଦେଇଥିଲେ । ରଜ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେହା ନାଗେଶ୍ୱରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଚଳଚିତ୍ର ନିର୍ଦ୍ଦେଶକ ସୁମନ୍ତ ଦେ, ଲାବନ୍ୟ ଜେନା, ହାସ୍ୟ ଅଭିନେତା ଅଧର ଭକ୍ତା, ଦିବାକର ବୈଠା, ଦିଲ୍ଲୀପ ପଣ୍ତା, ବେତାର କଣ୍ଠଶିଳ୍ପୀ ସସ୍ମୀତା ଗିରି, ନୃତ୍ୟ ଗୁରୁମା ନିର୍ମଳା ଭୋଇ, ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ବିଜର କୁମାର ଭୂୟାଁ, ସସ୍ମୀତା ମହାପାତ୍ର, ସୁବ୍ରତରାମ, ଗୌତମ ରାମ, ଜ୍ୟୋର୍ତିମୟୀ ଦଳାଇ, ରଜନିକାନ୍ତ ବାରି, ରିନା ବେହେରା, ଗକୁଳ ଜେନା ଓ ରଜନିକାନ୍ତ ସିଂ ପ୍ରମୁଖ ୩୦ ଜଣଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରି ଥିଲେ । ଶେଷରେ କଳା ପ୍ରତିଭାଧାରୀ ନୃତ୍ୟ ଗୀତ ପରିବେଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published.