ତରାଙ୍ଗ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ଚୟନ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତରାଙ୍ଗ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ସ୍ନେହଲତା ଦାସଙ୍କର ଅକାଳ ମୃତ୍ୟୁପରେ ଉକ୍ତ ପଦବିଟି ଖାଲି ପଡ଼ିଥିଲା । ଏହି ପଦବିରେ ନିଯୁକ୍ତି ପାଇଁ ୫ଜଣ ମହିଳା ଆବେଦନ କରିଥିଲେ । ସେମାନେ ହେଲେ ପଦ୍ମାବତୀ ଓଝା, ମିନାକ୍ଷୀ ବେହେରା, ବର୍ଷାରାଣୀ ବେହେରା, ଅନୁପମା ପରିଡା ଓ ସୁକାନ୍ତି ସାମଲ । ଅନୁପମା ପରିଡାଙ୍କ ସପକ୍ଷରେ ଅଧିକ ମତଦାନ ଥିବାରୁ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେହି ସମୟରେ ଖଇରା ସମ୍ମାନିତ ଶିଶୁ ବିକାଶ ଅଧିକାରୀଣି ରଞ୍ଜୁରାଣୀ ଦାଶ, ସୁପରଭାଇଜର, ତୃପ୍ତି ମାଝି, ହାସ୍ୟଲତା ଦାସ, ଖଇରା ଥାନାର ଏଏସ୍‌ଆଇ ଉମାକାନ୍ତ ଧଳ, ସରପଞ୍ଚ ସୁଦର୍ଶନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଙ୍ଗନବାଡି କର୍ମୀ ବାସନ୍ତିଲତା ପଣ୍ଡା ଉକ୍ତ କାର୍ୟ୍ୟକ୍ରମରେ ସହାୟତା କରିଥିଲେ ।

Leave a Reply

Your email address will not be published.