ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟ ମଙ୍ଗଳାଘାଟଠାରେ ପିତୃ ମାତୃ ପୂଜନ ଦିବସ ପାଳନ

ପୁରୀ,(ନାଗରାଜ ନ୍ୟୁଜ):: ମଙ୍ଗଳବାର ଦିନ ପୁରୀ ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟ ମଙ୍ଗଳାଘାଟ ଠାରେ ପିତୃ ମାତୃ ପୂଜନ ଦିବସ ପାଳନ କରା ଯାଇଛି । ଏହି ଅବସରରେ ପିତୃ ମାତୃ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନ କରାଯିବା ସହ ପୁଲବାମାରେ ସହିଦ ହୋଇଥିବା ଯବାନ ଅମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏହି ଅବସରରେ ରାଜ୍ୟ ବି.ଜେ.ଡି. ଯୁବ ଦଳର ଉପସଭାପତି ତଥା ପୁରୀ ଜିଲ୍ଲା ମୋ ପରିବାର ବିଭାଗର ସଂଯୋଜକ ସୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୁରୀ ତହସିଲଦାର ଖିରୋଦ କୁମାର ବେହେରା ନିଜ ବକ୍ତୃତା ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ର ପ୍ରତିହାରୀ (ଶ୍ରୀମନ୍ଦିର ସୁପରଭାଇଜର), ଭଗବାନ ପଢ଼ିଆରୀ (ପୁରୀ ଜିଲ୍ଲା ମୋ ପରିବାର ବିଭାଗର ସହ ସଂଯୋଜକ), ଶଙ୍କର ପଣ୍ଡା (ଅବସର ପ୍ରାପ୍ତ ଏ.ଜି.ଏମ.) ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ମିତା ପଣ୍ଡା ଏବଂ ଵୃଦ୍ଧାଶ୍ରମରେ ଥିବା ସମସ୍ତ ଅନ୍ତେବାସୀ ତଥା ସଭାରେ ଉପସ୍ଥିତ ଥିବା ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ପିତାମାତାଙ୍କୁ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଧନା ଜଣାଇ ଥିଲେ । ସଭାପତି ଦୀପକ ପଣ୍ଡାଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଉକ୍ତ ସଭାରେ ପୂଜା ପ୍ରିୟଦର୍ଶିନୀ, ସଂଘମିତ୍ରା ପଣ୍ଡା, ମୋନାଲିଶା ଶ୍ରୀଚନ୍ଦନ, କୁମକୁମ ମିଶ୍ର ଏବଂ ସ୍ନେହା ବିଶ୍ୱାଳଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯିବା ସହ ଅନୁଷ୍ଠାନର କୁନି କଳାକାର ସମୃଦ୍ଧି ପଣ୍ଡାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ ସଭାରେ ରାଜେଶ ତ୍ରିପାଠୀ ଏବଂ ଅନ୍ତେବାସୀ ମମତାମୟୀ ପଣ୍ଡାଙ୍କ ଦ୍ୱାରା କବିତା ମାଧ୍ୟମରେ ପିତାମାତାଙ୍କର ମହତ୍ୱ ଏବଂ ସହିଦ ମାନଙ୍କର ପରିବାରର ଯିବନିକୁ ଖୁବ ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଥିଲା । ଏହି ଅବସରରେ ସୁରେନ୍ଦ୍ର ମହାପାତ୍ର, କିଷାନ ଓଝା, ଆଶୁତୋଷ ମିଶ୍ର, ରାଧାକାନ୍ତ ଦାସ, କମଳିନୀ ମହାପାତ୍ର ଏବଂ ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା ମାନେ ମିଶି କାର୍ଯ୍ୟକ୍ରମକୁ ଖୁବ ସୁନ୍ଦରଭାବେ ପରିଚାଳନା କରାଇ ଥିଲେ । ପିତାମାତାଙ୍କୁ ଯଥେଷ୍ଟ ସମୟ ଦେବା ପାଇଁ ପ୍ରତିଶୃତି ଦେଇ ରାଜଶ୍ରୀ କହଁର କାର୍ଯ୍ୟକ୍ରମର ସମସ୍ତ ଭାରକୁ ବହନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରି ଥିଲେ ।

Leave a Reply

Your email address will not be published.