ବକେୟା ବିଦ୍ୟୁତ ବିଲ ଆଦାୟକୁ ନେଇ ଆକ୍ରମଣ

ନିଆଳି,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ନିଆଳି ବଜାରରେ ଘଟିଛି ଅଭାବନୀୟ ଘଟଣା । ବକେୟା ବିଦ୍ୟୁତ ବିଲ ଆଦାୟକୁ ନେଇ ହୋଇଛି ଆକ୍ରମଣ। ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ। ଗତକାଲି ରାତିରେ ନିଆଳି ବଜାରରେ ବୁଲିଲା ଖଣ୍ଡା। ଟାଟା ପାୱାରର ବିଦ୍ୟୁତ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବକେୟା ବିଦ୍ୟୁତ ବିଲ ଆଦାୟକୁ ନେଇ ନିଆଳି ବଜାରରେ ଜଣେ ବିଦ୍ୟୁତ ଉପଭୋକ୍ତା ଏପରି କାଣ୍ଡ ଘଟାଇଛନ୍ତି। । ବିଦ୍ୟୁତ କର୍ମଚାରୀ ବିଶ୍ଵଜିତ ରାଉତଙ୍କ ଉପରେ ନିଆଳି ବଜାରରେ ଆକ୍ରମଣ ହୋଇଛି । ବିଜୁଜିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିଆଳି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରଣ କରାଯାଇଛି। ଆକ୍ରମଣ କରିଥିବା ଯୁବକଙ୍କୁ ନିଆଳି ପୋଲିସ ଅଟକ ରଖିଛି।‌

Leave a Reply

Your email address will not be published.