ଯୋଗିମୁଣ୍ଡା ଏସଏମସି ଚାଉଳ ଗୋଦାମରେ ଚଢାଉ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୁଗିମୁଣ୍ଡା ଠାରେ ଥିବା ଏସଏମସି ଚାଉଳ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରିଥିଲା। ଏହି ଚଢାଉରେ ଉକ୍ତ ଗୋଦାମରେ ୧୬ ଶହ ୪୦ ପ୍ୟାକେଟ ଚାଉଳ ଗଚ୍ଛିତ ଥିବା ପାଟଣାଗଡ଼ ସପଲାଏ ଇନସ୍ପେକ୍ଟର ରାଜାରାମ ହୋତାଙ୍କ ଠାରୁ ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗିର ଡିଏସଡବ୍ଲୁଓ ଏବଂ ସିଏସଓଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଏସିଅସଓ ମାୟାଧର ସାହୁଙ୍କ ନେତୃତ୍ୱରେ ବେଲପଡା ସପଲାଏ ଇନସ୍ପେକ୍ଟର ବିଜୟ କୁଲୁ ଓ ସ୍ଥାନୀୟ ସପଲାଏ ଇନସ୍ପେକ୍ଟର ରାଜାରାମ ହୋତା ଏକ ଟିମ ଗୁରୁବାର ସନ୍ଧ୍ୟା ସମୟରେ ଯୋଗୀମୁଣ୍ଡା ସ୍ଥିତ ଏସଏମସି ଚାଉଳ ଗୋଦାମ ଉପରେ ଚଢାଉ କରିଥିଲେ। ଉକ୍ତ ଗୋଦାମଟି ଅଶୋକ ଜୈନ ଙ୍କ ବୋଲି ଜଣାପଡିଥିବା ବେଳେ ଏହି ଦାୟିତ୍ୱରେ ଥିବା ମୁଖ୍ୟ କଣ୍ଟାଟର ତୋଫାନ ମେହେର ବୋଲି ଜଣାପଡିଛି । ଅପରପକ୍ଷରେ ପେଟି କଣ୍ଟାଟର ଭାବେ ଜଦୁ ମେହେର ଉକ୍ତ ଗୋଦାମରେ ଚାଉଳ ରଖି ଆସୁଥିଲେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଚଢାଉ ପରେ ୧୬ ଶହ ୪୦ ପ୍ୟାକେଟ ଚାଉଳ ଗଚ୍ଛିତ ଥିବା ଦେଖିବାକୁ ପାଇଥିବା ନେଇ ପାଟଣାଗଡ଼ ସପଲାଏ ଇନସ୍ପେକ୍ଟର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ, କାଗଜପତ୍ର ପକ୍ରିୟା ଯାଞ୍ଚ କରାଯିବା ସହ ତଦନ୍ତ ଚାଲିଛି । ଏହି ସମ୍ପର୍କରେ ପାଟଣାଗଡ଼ ଏସିଏସଓ ସବିଶେଷ ତଥ୍ୟ ଦେଇପାରିବେ ବୋଲି ପ୍ରକାଶ କରିଥିଲେ। ଉପରୁକ୍ତ ଘଟଣା ସମ୍ପର୍କରେ ଟିମ ଦାୟିତ୍ୱରେ ଥିବା ପାଟଣାଗଡ଼ ଏସିଏସଓ ମାୟାଧର ସାହୁଙ୍କୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ପରିଚୟ ପାଇବା ପରେ ଫୋନ କାଟି ଦେଇ ପରେ ଆଉ ଉଠାଇ ନଥିଲେ। ଏହାକୁ ନେଇ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା। ଏହି ଚାଉଳ ଦାୟିତ୍ୱରେ ଥିବା କଣ୍ଟାଟର ଓ ପେଟି କଣ୍ଟାଟରକୁ ସୁରକ୍ଷା ଦେବା ପାଇଁ ଏସିଏସଓ ସାହୁ ଫୋନ ଉଠାଇ ନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏକ ବଡ ଧରଣର ହେରଫେର କୁ ଚଲାଇବା ପାଇଁ ଗୋଦାମ ଭିତରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave a Reply

Your email address will not be published.