ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ହଣା କଟା

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କ ହାତକୁ ଆଉ ଜଣେ ଖଣ୍ଡାରେ ହାଣି ଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ସୁରପ୍ରତାପରାଜକିଶୋରପୁର ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡାଙ୍କ ପୁଅ ଗଣେଶ୍ୱର ପଣ୍ଡା ଘରେ ଥିବାବେଳେ ଉକ୍ତ ଗ୍ରାମର ନୀଳମଣି ବେହେରା ଏକ ଧାରୁଆ ଖଣ୍ଡା ଧରି ଗଣେଶ୍ୱରଙ୍କ ଉପରକୁ ପ୍ରହାର କରିଥିଲେ । ଏହାପରେ ପରିବାର ଲୋକେ ତାକୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଗଁନ୍ଦିଆ ଥାନା ଅଧିକାରୀ ଖବର ପାଇବା କ୍ଷଣି ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ ।

Leave a Reply

Your email address will not be published.