କୁସ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ୱକପ ହକି ଅବସରରେ ଓଲିସ୍ ଲ୍ୟାଣ୍ଡ ରେ ଅନୁଷ୍ଠିତ କୁସ୍ତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଛି। ଆଜି ସଂଧ୍ୟାରେ ସିଟି ଫେଷ୍ଟ ଇନ ଓଲିସ୍ ଲ୍ୟାଣ୍ଡ ରେ ବିଶ୍ୱକପ ହକିର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। ବରିଷ୍ଠ ର ୫୫-୬୪ କିଗ୍ରା ବର୍ଗରେ ନାରାୟଣ ତିଆଡି,୬୫-୭୫ କିଗ୍ରା ବର୍ଗରେ ନିରଞ୍ଜନ ପତି,୭୫-୮୫ କିଗ୍ରା ବର୍ଗରେ ଜମ୍ବେଶ୍ୱର ସୁବୁଦ୍ଧି୮୯ କିଗ୍ରା ରେ ରାମ କୃଷ୍ଣ ପ୍ରତିହାରୀ,୬୫ କିଗ୍ରା ରେ ଭୁବନାନନ୍ଦ ଛାଟୋଇ,୭୫ କିଗ୍ରା ରେ ବଟକୃଷ୍ଣ ସ୍ୱାଇଁ, ସବ ଜୁନିୟର ର ୩୦-୩୫ କିଗ୍ରାରେ କାର୍ତ୍ତିକ ନାୟକ,୩୮-୪୪ କିଗ୍ରା ରେ ରାକେଶ ପ୍ରଧାନ,୪୨-୫୨ କିଗ୍ରା ରେ ଆରୟନ ସାହୁ,୫୨-୬୨ କିଗ୍ରା ରେ ପ୍ରକାଶ ରଞ୍ଜନ ପ୍ରଧାନ,ସିନିୟର ର ୬୫-୭୦ କିଗ୍ରା ରେ ପ୍ରଶାନ୍ତ କୁମାର,୫୫-୬୦ କିଗ୍ରା ରେ ଅଜିତ ଭୂୟାଁ,୬୦-୬୫ କିଗ୍ରା ରେ ପ୍ରଦୀପ ପ୍ରଧାନ ଓ ମହିଳା ବର୍ଗର ୫୦-୬୨ କିଗ୍ରା ରେ ଏସ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ସେହିପରି କୁସ୍ତି ରେ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କୁ ମଧ ସମ୍ବର୍ଦ୍ଧିତ କରାଯାଇଥିଲା।

ହକି ପ୍ରତିଯୋଗିତା ସମୟରେ ପୁରୀ ଜିଲ୍ଲାରେ ଚଳିତ ମାସ ୧୩ ତାରିଖରୁ ଆଜି ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ସମସ୍ତେ ଏଥିରେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର, ଦୀନବନ୍ଧୁ ପ୍ରତିହାରୀ, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ ବେହେରା, ଡେପୁଟି କଲେକ୍ଟର ରଞନ ବେହେରା,, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, କ୍ରିଡା ସଂସଦ ସଂପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ କ୍ରିଡାବିତ ଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published.