ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

କଟକ, (ନାଗରାଜ ନ୍ୟୁଜ): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଡବ୍ଲୁଏଫ ୱାର୍ଲଡ ଟୁର ସୁପର ହଣ୍ଡରେଡ୍ ୱାର୍ଲଡ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ଓପନ ୨୦୨୨। ପ୍ରଥମଥର ଲାଗି ଓଡିଶାରେ ଏଭଳି ଏକ ବିଶ୍ଵସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ସଫଳତାର ଆୟୋଜନ ସହ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଏଥିରେ ୧୭ଟି ଦେଶରୁ ଏବଂ ଭାରତରୁ ୩୫୦ ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହା ବାଦ୍ ୧୦୦ଜଣ ଅଫିସିଆଲ ଭାଗ ନେଇଛନ୍ତି । ଓଡିଶାରୁ ଚାରି ଖେଳାଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହି ଚମ୍ପିଆନସିପ୍ ବିନା ଦର୍ଶକରେ ଖେଳାଯାଇଥିବା ବେଳେ ଚାରୋଟି କୋର୍ଟରେ ଖେଳାଯାଉଛି ।

ହଜାର ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ରହିଛି । ଏଥିସହିତ ଓଡିଶା ସରକାର ଭୁବନେଶ୍ବରରେ ଖେଳାଳୀଙ୍କ ରହିବା ଓ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ଯିବା ଆସିବ ପାଇଁ ବ୍ୟବସ୍ଥା କରିଛନ୍ତି । ଓଡିଶାର ରୁତୁପର୍ଣ୍ଣା ପଣ୍ଡା ଓ ତାଙ୍କ ସାନ ଭଉଣୀ ଏହି ଟୁର୍ଣ୍ଣାମେଣ୍ଟରେ ଗୋପିଚାନ୍ଦ ଏକାଡେମୀ ତରଫରୁ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ ସିଙ୍ଗଲସ ଓ ଡବଲ୍ସ ଖେଳାଯିବ । ଏଥି ସହିତ ମିକ୍ସଡ ଡବଲ୍ସ ଇଭେଣ୍ଟରେ ପ୍ରତିଦ୍ବନ୍ଦିତା ହେବ। ଆୟୋଜନ ଭଲ ଥିବାରୁ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଖେଳାଳୀ । ତେବେ ଖେଳାଳୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଷ୍ଟାଡିୟମରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଥିବା ବେଳେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏହାକୁ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରୁଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ଖେଳାଳୀ ଏବଂ ଅଫିସିଆଲ ଷ୍ଟାଫଙ୍କର ପ୍ରତ୍ୟେକ ଦିନ ଆର୍ଟିଫିସିଆର ଟେଷ୍ଟ କରାଯାଉଛି ।

Leave a Reply

Your email address will not be published.