ବଜରଙ୍ଗ ଦଳ ପକ୍ଷରୁ ରାମ ନବମୀ ଉତ୍ସବ ପାଳିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ବଜରଙ୍ଗ ଦଳ ପକ୍ଷରୁ ରାମନବମୀ ଉତ୍ସଵ ଧୁମଧାମରେ ପାଳିତ ହୋଇଯାଇଛି। ଆଜି ରାମ ନବମୀ ଅବସରରେ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରଥମେ ଖଇରା ଦୁର୍ଗା ମଣ୍ଡପ ପରିସରରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚନା କରି ଶତାଧିକ ସଦସ୍ୟମାନେ ଏକ ବାଇକ ଶୁଭାଯାତ୍ରାରେ ବାହାରିଥିଲେ। ଏହି ବାଇକ ଶୁଭାଯାତ୍ରା ହନୁମାନ ମନ୍ଦିର ନିକଟରୁ ବାହାରି ମହତିପୁର, ଗଣ୍ଡିବେଡ଼, କୁପାରି, ଖଇରା ବଜାର ପରିକ୍ରମା କରିଥିଲେ। ଏହି ଶୁଭାଯାତ୍ରାରେ ଏକ ନାରା ଏକ ନାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଜନସାଧାରଣଙ୍କ ମନରେ ଭକ୍ତି ଭାବନାକୁ ଜାଗୃତ କରିଥିଲେ। ଅଞ୍ଚଳରେ ଏକ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉତ୍ସବରେ ବଜରଙ୍ଗ ଦଳର ସଭାପତି ଲୋଚନ ରାଉତ, ସମ୍ପାଦକ ପ୍ରଂସଞ୍ଜିତ ସାହୁ, ଦିଗାମ୍ବର ଙ୍କ ସମେତ ଉମେଶ କୁମାର ଜେନା, ହିମାଂଶୁ କୁମାର ଦାସ, ସଞ୍ଜୟ ସାହୁ, ଅମରେଶ ପ୍ରଧାନ, ରବିନ୍ଦ୍ର ରାଉତ, କାବୁଲ ବେହେରା, ହୃଦୟ ବେହେରା, ରାଜେଶ ବାରିକ,ଆଲୋକ,ବିନୟ,ସୁରେଶ,ତପୁ,ଚିର,ବାବୁନ,କାବୁଲଏବଂ ବଜରଙ୍ଗ ଦଳର ସମସ୍ତ ସଦସ୍ୟ ମନେ ସହଯୋଗ କରିଥିଲେ।ରାଲି ସରିବା ପରେ ଦୁର୍ଗା ମଣ୍ଡପ ରେ ଖିଆପିଆ ସାରି ସମସ୍ତେ ଘରକୁ ଫେରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.